ଭବାନୀପାଟଣାରେ ପ୍ରସ୍ତାବିତ ମେଡିକାଲ କଲେଜର ଟିଟିଂ ହସପିଟାଲ ପାଇଁ ବେଦାନ୍ତ ସହ ଏମଓୟୁ ବାତିଲ

ଭୁବନେଶ୍ୱର- ଭବାନୀପାଟଣରେ ପ୍ରସ୍ତାବିତ ମେଡିକାଲ କଲେଜର ଟିଚିଂ ହସପିଟାଲ ପାଇଁ ବେଦାନ୍ତ ସହ ହୋଇଥିବା ବୁଝାମଣାପତ୍ର ବାତିଲ କରିଛନ୍ତି ରାଜ୍ୟ ସରକାର । ପ୍ରକଳ୍ପ କାର୍ଯ୍ୟକାରିତାରେ ବିଳମ୍ବ ଯୋଗୁଁ ବୁଝାମଣାପତ୍ର ବାତିଲ ହୋଇଛି । ୫ ଶହ ଶଯ୍ୟାର ମେଡିକାଲ କଲେଜ ପାଇଁ ବେଦାନ୍ତ ସହ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା ।

ଏଣିକି ୬୫୦ ଶଯ୍ୟାର ମେଡିକାଲ କଲେଜ ପ୍ରତିଷ୍ଠା କରିବ ରାଜ୍ୟ ପୂର୍ତ୍ତ ବିଭାଗ । ବକେୟା କାମକୁ ଜାତୀୟ ମେଡିକାଲ କମିଶନର ନିର୍ଦ୍ଦେଶାବଳୀ ଅନୁସାରେ କରାଯିବ । ଅବଶିଷ୍ଟ କାମର ବ୍ୟୟ ଅଟକଳ ଦେବାକୁ ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।

Comments are closed.