ଭାରତରେ କରୋନାର କରାଳ ରୂପ: ଅଢେ଼ଇ ଲକ୍ଷ ଟପିଲା ଦୈନିକ ସଂକ୍ରମଣ, ୧୫୦୧ ମୃତ

ନୂଆଦିଲ୍ଲୀ – ଭାରତରେ କରୋନା କରାଳ ରୂପ ଧାରଣ କରିଛି । ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି ସଂକ୍ରମଣ ।
ରୋଗୀ ସଂଖ୍ୟା ଅପ୍ରତ୍ୟାଶିତ ଭାବେ ବଢ଼ି ଚାଲିଛି । ପ୍ରତିଦିନ ରେକର୍ଡ ସ୍ତରରେ ନୂଆ ମାମଲା ଆସୁଛି ଏବଂ ସର୍ବାଧିକ ମୃତ୍ୟୁ ଘଟୁଛି।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ରେକର୍ଡ ୨୬୧,୫୦୦ ନୂଆ ମାମଲା ଆସିଛି । କ୍ରମାଗତ ଚତୁର୍ଥ ଦିନ ପାଇଁ ଦୈନିକ ଆକ୍ରାନ୍ତ ସଂଖ୍ୟା ଦୁଇ ଲକ୍ଷ ଟପିଛି ଏବଂ ପ୍ରଥମ ଥର ଏହି ସଂଖ୍ୟା ଅଢେଇ ଲକ୍ଷ ଟପିଛି । ଏହାସହ ଏହି ମହାମାରୀରେ ଆଉ ୧୫୦୧ ଲୋକ ପ୍ରାଣ ହରାଇଛନ୍ତି। କରୋନାରୁ ଆଉ ୧,୩୮,୪୮୩ ଲୋକ ମଧ୍ୟ ସୁସ୍ଥ ହୋଇଛନ୍ତି। ଏହାପୂର୍ବରୁ ଶୁକ୍ରବାର ୨୩୪,୬୯୨ଟି ମାମଲା ଆସିଥିଲା। ୧୬ ସେପ୍ଟେମ୍ବରରେ କରୋନାର ପ୍ରଥମ ଲହରୀରେ ସର୍ବାଧିକ ୧୨୯୦ ଜଣଙ୍କ ମୃତ୍ୟୁ ଘଟିଥିଲା ​​|

ଦେଶରେ ଏଯାବତ ମୋଟ ୧ କୋଟି ୪୭ ଲକ୍ଷ ୮୮ ହଜାର ୧୦୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ମୋଟ ୧ କୋଟି ୨୮ ଲକ୍ଷ ୯ ହଜାର ୬୪୩ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ସମୟରେ ଦେଶରେ ମୋଟ ୧୮ ଲକ୍ଷ ୧ ହଜାର ୩୧୬ ସକ୍ରିୟ ମାମଲା ରହିଛି । ସେହିପରି ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ମୋଟ ୧ ଲକ୍ଷ ୭୭ ହଜାର ୧୫୦ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ସେପଟେ ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ ୧୨ କୋଟି ୨୬ ଲକ୍ଷ ୨୨ ହଜାର ୫୯୦ କୋରୋନା ଟିକା ଡୋଜ୍ ଲଗାଯାଇଛି ।

Comments are closed.