ଭାରତରେ ଖୁବ୍ ଶୀଘ୍ର ଆଉ ୬ କରୋନା ଟିକା ଉପଲବ୍ଧ ହେବ

ଭୋପାଳ – କରୋନା ବିରୋଧରେ ଭାରତରେ ଏବେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଚାଲିଛି । ଦେଶରେ ଏବେ ଭାରତ ବାୟୋଟେକର ‘କୋଭାକ୍ସିନ’ ଏବଂ ସେରମ୍ ଇନଷ୍ଟିଚ୍ୟୁଟ୍‌ର ‘କୋଭିସିଲ୍ଡ’ ଟିକା ବ୍ୟବହାର କରାଯାଉଛି । ଖୁବ୍ ଶୀଘ୍ର ଆଉ ୬ କୋଭିଡ୍ ଟିକା ଭାରତରେ ଉପଲବ୍ଧ ହେବାକୁ ଯାଉଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ.ହର୍ଷ ବର୍ଦ୍ଧନ ଏହି ସୂଚନା ଦେଇଛନ୍ତି ।

ହର୍ଷ ବର୍ଦ୍ଧନ କହିଛନ୍ତି ଯେ, ଦେଶରେ ଏଯାବତ୍ ୧.୮୪ ଡୋଜ୍ ଲୋକଙ୍କୁ ଲଗାଯାଇଥିବା ବେଳେ ୨୩ କୋଟି ଟେଷ୍ଟ କରାଯାଇଛି । ଭାରତରେ ତିଆରି ହୋଇଥିବା କୋଭିଡ୍ ଟିକାକୁ ୭୧ ଦେଶକୁ ବି ପଠାଯାଇଛି । କାନାଡା, ବ୍ରାଜିଲ ଏବଂ ଆହୁରି ଅନେକ ବଡ଼ ଦେଶ ମଧ୍ୟ ଭାରତୀୟ ଟିକା ବ୍ୟବହାର କରୁଥିବା ବେଳେ ଆହୁରି ଅନେକ ଦେଶ ଟିକା ଯୋଗାଇବା ପାଇଁ ଭାରତକୁ ଅନୁରୋଧ କରିଛନ୍ତି । ଦେଶରେ ଆହୁରି ୬ କରୋନା ଟିକା ବ୍ୟବହାର ପାଇଁ ଉପଲବ୍ଧ ହେବ ବୋଲି ହର୍ଷ ବର୍ଦ୍ଧନ ଏଠାରେ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ରିସର୍ଚ ଇନ୍ ଏନଭାଏର୍ଣ୍ଣମେଣ୍ଟାଲ ହେଲ୍‌ଥର ନୂଆ ଗ୍ରୀନ୍ କ୍ୟାମ୍ପସ୍ ଉଦ୍‌ଘାଟନ ଅବସରରେ କହିଛନ୍ତି ।

Comments are closed.