ଭାରତରେ ୟୁକେ, ଦକ୍ଷିଣ ଆଫ୍ରିକା ଓ ବ୍ରାଜିଲ ଷ୍ଟ୍ରେନର ୪୦୦ ଆକ୍ରାନ୍ତ

ନୂଆଦିଲ୍ଲୀ – ଭାରତରେ ପୁଣି କରୋନା ସଂକ୍ରମଣ ବଢ଼ି ଚାଲିଥିବା ବେଳେ ୟୁକେ, ବ୍ରାଜିଲ ଓ ଦକ୍ଷିଣ ଆଫ୍ରିକା ଷ୍ଟ୍ରେନ୍‌ର ୪୦୦ ମାମଲା ମଧ୍ୟ ଦେଶରେ ଚିହ୍ନଟ ହୋଇଛନ୍ତି ।

ମାର୍ଚ୍ଚ ୪ ସୁଦ୍ଧା କରୋନାର ଏହି ତିନି ଷ୍ଟ୍ରେନ୍‌ରେ ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ୨୪୨ ଥିଲା । ମାତ୍ର ଦୁଇ ସପ୍ତାହ ମଧ୍ୟରେ ଆଉ ୧୫୮ ଜଣ କରୋନାର ଏହି ନୂଆ ମ୍ୟୁଟାଣ୍ଟ୍ ଦ୍ୱାରା ସଂକ୍ରମିତ ହୋଇଛନ୍ତି । ଭାରତରେ ଏବେ ଏହି ତିନି ଷ୍ଟ୍ରେନ୍ ଦ୍ୱାରା ଆକ୍ରାନ୍ତଙ୍କ ସଂଖ୍ୟା ୪୦୦ରେ ପହଞ୍ଚିଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି ।

ୟୁକେ, ଦକ୍ଷିଣ ଆଫ୍ରିକା ଓ ବ୍ରାଜିଲରୁ ଫେରୁଥିବା ପଜିଟିଭ୍ ଲୋକଙ୍କ ଜେନୋମିକ୍ ସ୍ୱିକେନ୍ସିଂ ପାଇଁ ନ୍ୟାସନଶଳ ଡିଜିଜ୍ କଣ୍ଟ୍ରୋଲ୍ (ଏନ୍‌ସିଡିସି) ଅଧୀନରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ବୋଲି ମନ୍ତ୍ରାଳୟ କହିଛି ।

Comments are closed.