ଭାରତ ବାୟୋଟେକ୍‌ର ଦ୍ୱିତୀୟ କୋଭିଡ୍ ଟିକାର କ୍ଲନିକାଲ ଟ୍ରାଏଲ୍ ଫେବୃୟାରୀ-ମାର୍ଚ୍ଚରେ ଆରମ୍ଭ ହେବ

ନୂଆଦିଲ୍ଲୀ – ଭାରତ ବାୟୋଟେକ୍‌ର କୋଭିଡ୍‌-୧୯ ଟିକା ‘କୋଭାକ୍ସିନ’କୁ ଭାରତରେ ଜରୁରୀ ବ୍ୟବହାର ପାଇଁ ଅନୁମତି ମିଳିସାରିଛି । ଏହି କମ୍ପାନୀ ଏବେ ଆଉ ଏକ କୋଭିଡ୍‌-୧୯ ଟିକା ତିଆରି କରୁଛି । କରେନା ବିରୋଧରେ କମ୍ପାନୀର ଏହି ନୂଆ ଟିକାର ପ୍ରଥମ ପର୍ଯ୍ୟାୟ ହ୍ୟୁମାନ କ୍ଲିନିକାଲ ଟ୍ରାଏଲ୍ ଆସନ୍ତା ଫେବୃୟାରୀ-ମାର୍ଚ୍ଚରେ ଆରମ୍ଭ ହେବ ବୋଲି କମ୍ପାନୀ ତରଫରୁ କୁହାଯାଇଛି । ଭାରତ ବାୟୋଟେକର ଏହି ନୂଆ ଟିକା ହେଉଛି ‘ଇଣ୍ଟ୍ରାନାସାଲ୍ ଆଣ୍ଟିଡୋଟ୍‌’ । ନାକ ଜରିଆରେ ଦିଆଯାଉଥିବା ଟିକାକୁ ‘ଇଣ୍ଟ୍ରାନାସାଲ୍ ଆଣ୍ଟିଡୋଟ୍‌’ କୁହାଯାଏ ।
କୋଭିଡ୍‌-୧୯ ସଂକ୍ରମଣରୁ ସୁରକ୍ଷା ପାଇଁ ଭାରତ ବାୟୋଟେକ୍ ଦ୍ୱାରା ବିକଶିତ ହେଉଥିବା ଏହି ନୂଆ ଟିକାର କେବଳ ଗୋଟିଏ ଡୋଜ୍ ହିଁ ଯଥେଷ୍ଟ ବୋଲି କୁହାଯାଉଛି । ୱାଶିଂଟନ୍ ୟୁନିଭର୍ସିଟିର ସହଯୋଗରେ ଭାରତ ବାୟୋଟେକ୍ ଏହି ନୂଆ କୋଭିଡ୍‌-୧୯ ଟିକା ପ୍ରସ୍ତୁତ କରୁଛି । କମ୍ପାନୀ ତରଫରୁ କୁହାଯାଇଛି ଯେ, ଏହି ନୂଆ ଟିକାର ପ୍ରଥମ ପର୍ଯ୍ୟାୟ ଟ୍ରାଏଲ ୍‌ପୂର୍ବରୁ ପରୀକ୍ଷଣ ଶେଷ ହୋଇଛି । ଏହାର ହ୍ୟୁମାନ କ୍ଲିନିକାଲ ଟ୍ରାଏଲ ଫେବୃୟାରୀ-ମାର୍ଚ୍ଚ ୨୦୨୧ ସୁଦ୍ଧା ଆରମ୍ଭ ହେବ ।

Comments are closed.