ଭିଜିଲାନ୍ସ ଜାଲରେ ସମବାୟ ବ୍ୟାଙ୍କ ମ୍ୟାନେଜର ,ପିଇଓ

ଟିଟିଲାଗଡ-କୋଟିପତି ବ୍ୟାଙ୍କ ମ୍ୟାନେଜରଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି । ବଲାଙ୍ଗିର ଜିଲ୍ଲାର ଲାଥୋରର କୋଟିପତି ସମବାୟ ବ୍ୟାଙ୍କ ମ୍ୟାନେଜର ସାଗର ରଣାଙ୍କ ଟିଟିଲାଗଡ ସ୍ଥିତ ଘରେ ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନସ ଚଢାଉ କରିଛି । ଏହାସହ ତାଙ୍କ ଶ୍ୱଶୁର ଘର ସଇଁତଳା ଥାନା ଅନ୍ତର୍ଗତ ଘୁନସର ଗାଁ, ଲାଥୋର ବ୍ୟାଙ୍କରେ ଭିଜିଲାନ୍ସ ବିଭାଗ ବଲାଙ୍ଗିର ଡିଏସପି କାଦମ୍ବିନୀ ସାମଲଙ୍କ ନେତୃତ୍ୱରେ ଚଢାଉ ହୋଇଛି ।

ବଲାଙ୍ଗିର ଜିଲ୍ଲା ପୁଇଁତଳା ପିଇଓ ବିହାରୀଲାଲ ବାରିକଙ୍କ ଘରେ ବି ଭିଜିଲାନ୍ସ ଚଢାଉ ହୋଇଛି । ଆୟରୁ ଅଧିକ ସଂପତ୍ତି ରଖିଥିବା ମାମଲାରେ ତାଙ୍କ ବାସଭବନ ଓ ଅଫିସରେ ଏକକାଳୀନ ଚଢାଉ ହୋଇଛି ।

Comments are closed.