କରୋନା ଅପଡେଟ୍‌: ୨୧,୮୨୨ ନୂଆ ଆକ୍ରାନ୍ତ, ୨୯୯ ମୃତ

ନୂଆଦିଲ୍ଲୀ – ଭାରତରେ କରୋନା ସଂକ୍ରମଣ ନିୟନ୍ତ୍ରଣରେ ରହିଥିଲେ ବି ସମ୍ପୂର୍ଣ୍ଣ କମି ନାହିଁ । ଗତ ୨୪ ଘଣ୍ଟାରେ ଦେଶରେ ଆଉ ୨୧,୮୨୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ମହାମାରୀ ଆଉ ୨୯୯ ଜଣଙ୍କ ଜୀବନ ମଧ୍ୟ ନେଇଛି । ତେବେ ଭଲ ଖବର ହେଲା ସୁସ୍ଥ ହାର ମଧ୍ୟ ବଢୁଛି । ଦିନକରେ ଏହି ରୋଗରୁ ଆଉ ୨୬,୧୩୯ ଲୋକ ସୁସ୍ଥ ହୋଇଛନ୍ତି । କ୍ରମାଗତ ୧୧ଦିନ ପାଇଁ ଦୈନିକ କରୋନା ମାମଲା ୨୫ ହଜାର ତଳେ ରହିଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ମୁତାବକ ଭାରତରେ ମୋଟ କରୋନା ମାମଲା ୧ କୋଟି ୨ ଲକ୍ଷ ୬୬ ହଜାରକୁ ବୃଦ୍ଧି ପାଇଛି । ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪୮ ହଜାର ୭୩୮ରେ ପହଞ୍ଚିଛି । ଦେଶରେ ଏଯାବତ୍ ୯୮ ଲକ୍ଷ ୬୦ ହଜାର ଲୋକ ସୁସ୍ଥ ହୋଇଛନ୍ତି । ଏବେ ଦେଶଷର କେବଳ ୨ ଲକ୍ଷ ୫୭ ହଜାର ଚିକିତ୍ସାଧୀନ ରହିଛନ୍ତି ।

Comments are closed.