ଭୁଟାନକୁ ଭାରତର ଟିକା ଉପହାର: ପଠାଇଲା ୧.୫ ଲକ୍ଷ କୋଭସିଲ୍ଡି ଡୋଜ୍‌

ମୁମ୍ବାଇ – ପଡ଼ୋଶୀ ଭୁଟାନକୁ ଉପହାର ଭାବେ କୋଭିଡ୍ ଟିକା ପଠାଇଛି ଭାରତ । ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ବୁଧବାର ଏକ ସ୍ୱତନ୍ତ୍ର ବିମାନ ଯୋଗେ ‘କୋଭିସିଲ୍ଡ’ ଟିକାର ୧.୫ ଲକ୍ଷ ଡୋଜ୍ ଭୁଟାନ ରାଜଧାନୀ ଥିମ୍ପୁକୁ ପଠାଯାଇଛି ।

ଭୁଟାନ ପ୍ରଥମ ଦେଶ ଭାବେ ଭାରତ ଠାରୁ କୋଭିଡ୍ ଟିକା ଗ୍ରହଣ କରିଛି । ଭୁଟାନ ସହ ଭାରତର ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ରହିଛି । କୋଭିଡ୍‌-୧୯ ପ୍ରକୋପ ସତ୍ତ୍ୱେ ଭୁଟାନକୁ ଭାରତ ଅତ୍ୟାବଶକୀୟ ସାମଗ୍ରୀ ଯୋଗାଣ ଜାରି ରଖିଥିଲା । କରୋନାର ମୁକାବିଲା ପାଇଁ ଭୁଟାନକୁ ଭାରତ ୨.୮ କୋଟି ମୂଲ୍ୟର ଔଷଧ ସମେତ ଚିକିତ୍ସା ଉପରକରଣ ପଠାଇଥିଲା । ଏଥିପାଇଁ ଭୁଟାନ ସହ ଭାରତର ‘ଟ୍ରାନ୍ସପୋର୍ଟ ବବଲ’ ନେଇ ଚୁକ୍ତି ହୋଇଥିଲା । ଏହାସହ ଭାରତର ବିଭିନ୍ନ ସ୍ଥାନରେ ଅଟକି ରହିଥିବା ୨୦୦୦ ଭୁଟାନ ନାଗରିକଙ୍କୁ ଉଦ୍ଧାର କରି ସ୍ୱଦେଶ ପଠାଇବାରେ ଭାରତ ସହଯୋଗ କରିଥିଲା ।

Comments are closed.