ମନ୍ଦିରରୁ ପାଣି ପିଇବା ନେଇ ମୁସଲିମ୍ ନାବାଳକକୁ ନିସ୍ତୁକ ମାଡ଼, ଭିଡ଼ିଓ ଭାଇରାଲ ହେବା ପରେ ଅଭିଯୁକ୍ତ ଗିରଫ

ଗାଜିଆବାଦ – ମନ୍ଦିରରୁ ପାଣି ପିଇବା ନେଇ ଜଣେ ମୁସଲିମ ନାବାଳକ ନିସ୍ତୁକ ମାଡ଼ ଖାଇଛନ୍ତି । ଜଣେ ଯୁବକ ଉକ୍ତ ମୁସଲିମ ଯୁବକକୁ ପିଟୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହି ଘଟଣା ଉତ୍ତର ପ୍ରଦେଶର ଗାଜିଆବାଦର ବୋଲି ଜଣାପଡିଛି । ଏହି ଘଟଣା ନେଇ ସୋସିଆଲ ମିଡିଆରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ପୋଲିସ୍ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ହୋଇଥିବା ଅଭିଯୁକ୍ତ ହେଉଛନ୍ତି ଗାଜିଆବାଦ ଦାସନା ଦେବୀ ମନ୍ଦିରର ଜଣେ କର୍ମକର୍ତ୍ତା ଶ୍ରୀଙ୍ଗି ନାରାୟଣ ଯାଦବ ।

ଦାସନା ଦେବୀ ମନ୍ଦିର ପରିସରରେ ଥିବା ଏକ ପାଇପ୍‌ରୁ ଜଣେ ୧୪ ବର୍ଷୀୟ ମୁସଲିମ୍ ବାଳକ ପାଣି ପିଇବା ଦେଖି ନାରାୟଣ ଯାଦବ ରାଗି ଯାଇଥିଲେ । ସେ ତାକୁ ତାର ନାମ ପଚାରିବା ପରେ ତାକୁ ମାଡ଼ ମାରିଥିଲେ । ମାଡ଼ ଖାଇଥିବା ବାଳକର ବାପା କହିଛନ୍ତି ଯେ, ଘରକୁ ଫେରିବା ବେଳେ ବାଟରେ ଶୋଷ ଲାଗିବାରୁ ତାଙ୍କ ପୁଅ ପାଖରେ ଥିବା ଦାସନା ଦେବୀ ମନ୍ଦିର ପରିସରରେ ଥିବା ପାଇପ୍‌ରୁ ପାଣି ପିଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ନାରାୟଣ ଯାଦବ ତାଙ୍କ ପୁଅକୁ ପିଟିଥିଲେ ।

ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଅଭିଯୁକ୍ତକୁ ଗିଫର କରାଯାଇଛି ବୋଲି ଗାଜିଆବାଦ ଏସ୍‌ପି ଇରାଜ୍ ରାଜା ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଏହି ଘଟଣାର ଭିଡିଓ କରିଥିବା ଲୋକକୁ ମଧ୍ୟ ଚିହ୍ନଟ କରାଯାଇଛି ଏବଂ ସେ ନାରାୟଣର ବନ୍ଧୁ ବୋଲି ଜଣାପଡିଛି ।

Comments are closed.