ଦିଲ୍ଲୀ ସୀମାରେ ଚାଷୀଙ୍କ ଘର ନିର୍ମାଣ କାର୍ଯ୍ୟ ବନ୍ଦ କଲା ପୋଲିସ

ନୂଆଦିଲ୍ଲୀ – ଦିଲ୍ଲୀ ସୀମାରେ ଚାଷୀମାନଙ୍କ ଦ୍ୱାରା ହେଉଥିବା ପକ୍କା ଘର ନିର୍ମାଣ କାର୍ଯ୍ୟକୁ ପୋଲିସ୍ ବନ୍ଦ କରିଛି । ଏନେଇ ପୋଲିସ୍ ଦୁଇଟି ମାମଲା ରୁଜୁ କରିଛି ।

ସିଙ୍ଘୁ ସୀମାରେ ଚାଷୀମାନଙ୍କ ଦ୍ୱାରା ପକ୍କା ଘର ତିଆରି ହେଉଥିଲା । ତେବେ ଜାତୀୟ ରାଜପଥ କତ୍ତୃପକ୍ଷ (ଏନ୍‌ଏଚ୍‌ଏଆଇ) ଏବଂ କୁଣ୍ଡଲୀ ନଗର ପାଳିକା ଅଧିକାରୀଙ୍କ ଅଭିଯୋଗ ଆଧାରରେ ପୋଲିସ୍ ଚାଷୀଙ୍କ ଘର ନିର୍ମାଣ କାର୍ଯ୍ୟ ବନ୍ଦ କରିଛି ।

ଟିକରି ସୀମାରେ କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀ ମଧ୍ୟ ସେଠାରେ ପକ୍କା ଘର ତିଆରି କରୁଛନ୍ତି । ଖରାରୁ ରକ୍ଷା ପାଇବା ପାଇଁ ଚାଷୀମାନଙ୍କ ଦ୍ୱାରା ଏହି ଭଳି ଘର ନିର୍ମାଣ କରାଯାଉଛି ।

କେନ୍ଦ୍ରର ତିନି କୃଷି ଆଇନ ବିରୋଧରେ କୃଷକ ସଂଗଠନ ୧୦୦ରୁ ଊର୍ଦ୍ଧ୍ୱ ଦିନ ଧରି ଦିଲ୍ଲୀର ବିଭିନ୍ନ ସୀମାରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ସରକାର କୃଷି ଆଇନ ପ୍ରତ୍ୟାହାର ନ କରିବା ଯାଏଁ ସେମାନେ ଦିଲ୍ଲୀ ସୀମାରୁ ଫେରିବେ ନାହିଁ ବୋଲି ଚାଷୀମାନେ ସ୍ପଷ୍ଟ କରିଛନ୍ତି । ଏହି ପ୍ରସଙ୍ଗରେ ସରକାର ମଧ୍ୟ ନିଜ ଜିଦରେ ଅଟଳ ଅଛନ୍ତି । କୃଷି ଆଇନ ପ୍ରତ୍ୟାହାର ହେବ ନାହିଁ ବୋଲି ସରକାର କହି ଆସିଛନ୍ତି ।

Comments are closed.