ମମତାଙ୍କ ପ୍ରଚାର ଉପରେ ୨୪ ଘଣ୍ଟା ପାଇଁ ରୋକ୍ ଲଗାଇଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ – ନିର୍ବାଚନ କମିଶନ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ​​୨୪ ଘଣ୍ଟା ପାଇଁ ନିର୍ବାଚନ ପ୍ରଚାରରୁ ବାରଣ କରିଛନ୍ତି। ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ମମତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ମମତା ମୁସଲିମ ଭୋଟ୍ ଉପରେ ମନ୍ତବ୍ୟ ଦେଇଥିବା ଏବଂ କେନ୍ଦ୍ରୀୟ ସୁରକ୍ଷା ବାହିନୀ ବିରୋଧରେ ଲୋକଙ୍କୁ ବିଦ୍ରୋହ କରିବାକୁ ଉସୁକାଉଥିବା ଅଭିଯୋଗ ହୋଇଛି । ଏନେଇ ତାଙ୍କୁ ଗତ ସପ୍ତାହରେ ନିର୍ବାଚନ କମିଶନ ଦୁଇଥର ନୋଟିସ ମଧ୍ୟ ଜାରି କରିଥିଲେ ।

ମମତାଙ୍କୁ ଗୋଟିଏ ଦିନ ପାଇଁ ନିର୍ବାଚନ ପ୍ରଚାରକୁ ବାରଣ କରିବାର ଆଦେଶ ହେଉଛି ବର୍ତ୍ତମାନର ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରାଙ୍କ ଶେଷ ନିଷ୍ପତ୍ତି । ତାଙ୍କ କାର୍ଯ୍ୟକାଳ ସୋମବାର ଶେଷ ହେଉଛି । ସୁଶୀଲ ଚନ୍ଦ୍ର ପରବର୍ତ୍ତୀ ମୁଖ୍ୟ ନିର୍ବାଚନ କମିଶନର ଭାବେ ମଙ୍ଗଳବାର ଦାୟିତ୍ବ ଗ୍ରହଣ କରିବେ ।

ପ୍ରଚାରରୁ ମମତାଙ୍କୁ ବାରଣ କରିବା ନିଷ୍ପତ୍ତି ଏଭଳି ଏକ ସମୟରେ ଆସିଛି ଯେତେବେଳେ ବଙ୍ଗଳାରେ ଚାରିଟି ପର୍ଯ୍ୟାୟ ମତଦାନ ଶେଷ ହୋଇଛି ।

Comments are closed.