ମୁଖ୍ୟମନ୍ତ୍ରୀଙ୍କ ବଜେଟ୍ ପ୍ରତିକ୍ରିୟା : କେନ୍ଦ୍ରୀୟ ଟିକସରେ ରାଜ୍ୟର ଭାଗ ଯଥେଷ୍ଟ କମିବ, ବଜେଟରେ କିଛି ସକାରାତ୍ମକ ଦିଗ ରହିଛି

ଭୁବନେଶ୍ୱର- କେନ୍ଦ୍ର ବଜେଟ୍ ଉପର ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ ପରବ ର୍ୀ ସ୍ଥିତିରେ ବଜେଟ୍ ପ୍ରସ୍ତୁତ କରିବା ପାଇଁ ଅନେକ ଆହ୍ୱାନ ଥିଲା । ବଜେଟରେ କିଛି ସକାରାତ୍ମକ ଦିଗ ରହିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଅଭିବୃଦ୍ଧି ଲକ୍ଷ୍ୟରେ ପୁଂଜି ନିବେଶକୁ ବଜେଟରେ ଗୁରୁତ୍ୱ ଦିଆଯାଇଥିବା ନବୀନ କହିଛନ୍ତି ।

କେନ୍ଦ୍ରୀୟ ଟିକସରେ ରାଜ୍ୟର ଭାଗ ଯଥେଷ୍ଟ କମିବ । ୧୦ ହଜାର ୮୪୦ କୋଟିର ବୋଝ ଓଡିଶା ଉପରେ ପଡିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହା ରାଜ୍ୟ ଉପରେ ଗୁରୁତର ଭାବେ ପ୍ରଭାବ ପକାଇବ । ରେଳବାଇ ଓ ରାଜପଥ କ୍ଷେତ୍ରରେ ପୁଂଜିନିବେଶର ଆବଶ୍ୟକତା ରହିଛି । ଅନ୍ୟ ରାଜ୍ୟ ଭଳି ଓଡିଶାରେ ମଧ୍ୟ ବିକାଶ ହେବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ପେଟ୍ରୋଲ ଡିଜେଲ ଉପରେ ସେସ୍ ରାଜ୍ୟ ଉପରେ ପ୍ରଭାବ ପକାଇବ । କେନ୍ଦ୍ର ଓ ରାଜ୍ୟର ବି ୀୟ ଶୃଙ୍ଖଳା ଏହା ଫଳରେ ପ୍ରଭାବିତ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Comments are closed.