ମୁମ୍ବାଇ ଆକ୍ରମଣ ମାଷ୍ଟରମାଇଣ୍ଡ୍ ଜାକିଉର ରହମାନ ଲାଖଭିକୁ ୧୫ ବର୍ଷ ଜେଲ୍‌

କରାଚି – ମୁମ୍ବାଇ ଆକ୍ରମଣ ମାଷ୍ଟରମାଇଣ୍ଡ୍ ତଥା ଆତଙ୍କୀ ସଂଗଠନ ଲସ୍କର – ଏ – ତଇବାର କମାଣ୍ଡର ଜାକିଉର ରହମାନ ଲାଖଭିକୁ ଶୁକ୍ରବାର ପାକିସ୍ତାନର ଏକ ଅଦାଲତ ୧୫ ବର୍ଷ ଜେଲ୍ ଦଣ୍ଡରେ ଦଣ୍ଡିତ କରିଛି । ଆତଙ୍କବାଦୀଙ୍କୁ ଆର୍ଥିକ ସହାୟତା ଅଭିଯୋଗରେ ଲାଖଭିକୁ ଅଦାଲତ ଏହି ଦଣ୍ଡ ଶୁଣାଇଛନ୍ତି । ଆତଙ୍କବାଦୀଙ୍କ ପାଇଁ ପାଣ୍ଠି ଯୋଗାଡ ଅଭିଯୋଗରେ କିଛିଦିନ ତଳେ ପାକିସ୍ତାନର ଆତଙ୍କବାଦ ନିରୋଧୀ ବିଭାଗ (ସିଟିଡି) ଲାଖଭିକୁ ଗିରଫ କରିଥିଲା । ସେ ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛି । ଆତଙ୍କବାଦୀଙ୍କୁ ଆର୍ଥିକ ସହାୟତା ଯୋଗାଇବାରେ ସେ କୌଣସି ସୁଯୋଗ ହାତଛଡ଼ା କରୁନଥିଲା । ନିଷିଦ୍ଧ ଆତଙ୍କୀ ସଂଗଠନ ଲସ୍କର-ଏ-ତଇବା ସହ ଜଡିତ ହେବା ବ୍ୟତୀତ ଜାତିସଂଘ ମଧ୍ୟ ତାକୁ ଆତଙ୍କବାଦୀ ଭାବେ ଘୋଷିତ କରିଛି ।

Comments are closed.