ମୃତ୍ୟୁର ଦିନକ ପୂର୍ବରୁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚିଠି ଲେଖି ସୁରକ୍ଷା ମାଗିଥିଲେ ହିରେନ ମାନସୁଖ

ମୁମ୍ବାଇ – ମୁକେଶ ଅମ୍ବାନୀଙ୍କ ଘର ସମ୍ମୁଖରୁ ଜବତ ବିସ୍ଫୋରକ ଭର୍ତ୍ତି ଏସୟୁଭି ସ୍କର୍ପିଓ ଗାଡିର ମାଲିକ ହିରେନ ମାନସୁଖ ମୃତ୍ୟୁର ଗୋଟିଏ ଦିନ ପୂର୍ବରୁ ରାଜ୍ୟ ମୁଖ୍ୟମନ୍ତ୍ରୀ ଉଦ୍ଧବ ଥାକରେଙ୍କୁ ଚିଠି ଲେଖିଥିଲେ। ଏହି ଚିଠିରେ ସେ ପୋଲିସ ଅଧିକାରୀ ଏବଂ ସାମ୍ବାଦିକଙ୍କ ଦ୍ୱାରା ନିର୍ଯ୍ୟାତନା ବିଷୟରେ କହିଥିଲେ। ହିରେନ ମାନସୁଖ ତାଙ୍କ ଚିଠିରେ ରାଜ୍ୟ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ଗୃହମନ୍ତ୍ରୀ ତଥା ପୋଲିସ ମୁଖ୍ୟଙ୍କୁ ଚିଠି ଲେଖି ଏହି ଘଟଣାରେ ତାଙ୍କୁ ପୋଲିସ ଅଧିକାରୀ ତଥା କିଛି ସାମ୍ବାଦିକ ହଇରାଣ କରୁଛନ୍ତି ବୋଲି ଅଭିଯୋଗ କରିଥିଲେ ଏବଂ ଏଥିପାଇଁ ଆଇନଗତ କାର୍ଯ୍ୟାନୁଷ୍ଠାନ ତଥା ସୁରକ୍ଷା ମାଗିଥିଲେ ।

ଗତ ସପ୍ତାହରେ ମୁକେଶ ଅମ୍ବାନୀଙ୍କ ଘର ନିକଟରୁ ମିଳିଥିବା ବିସ୍ଫୋରକ ବୋଝେଇ ଗାଡିର ମାଲିକ ହିରେନ ମାନସୁଖଙ୍କ ମୃତଦେହ ଶୁକ୍ରବାର ଦିନ ଥାନେର ଏକ ଖାଇ ପାଖରେ ପଡ଼ିଥିବାର ଦେଖିବାକୁ ମିଳିଥିଲା।

ହିରେନଙ୍କ ପରିବାର ଅନୁଯାୟୀ, ଗୁରୁବାର ଠାରୁ ସେ ନିଖୋଜ ଥିଲେ । ବର୍ତ୍ତମାନ ଏହି ଘଟଣାରେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ କହିଛନ୍ତି ଯେ ଏହି ମାମଲା ମହାରାଷ୍ଟ୍ର ଆତଙ୍କବାଦ ବିରୋଧୀ ସ୍କ୍ବାଡକୁ (ଏଟିଏସ) କୁ ହସ୍ତାନ୍ତର କରାଯାଇଛି। ଏହାପୂର୍ବରୁ ଅନିଲ ଦେଶମୁଖ ଏକ ବିବୃତ୍ତିରେ କହିଥିଲେ ଯେ ଏହି କାର୍ ର ମାଲିକ ହିରେନ ଦେଶମୁଖ ନୁହନ୍ତି। କାରଟି ସାମ୍ ମୁଟେବ ନାମକ ଜଣେ ବ୍ୟକ୍ତିଙ୍କ ନାମରେ ପଞ୍ଜିକୃତ ହୋଇଛି, ହିରେନ୍ ଏହି କାରର ଇଣ୍ଟେରିୟର କାମ କରିଥିଲେ | ମାନସୁଖ ଜଣେ କାର ପାର୍ଟସ ଡିଲର ଯିଏ ନିକଟରେ କାର ଚୋରି ଅଭିଯୋଗ ଆଣିଥିଲେ। ଦେଶମୁଖ କହିଥିଲେ ଯେ କାମ ସରିବା ପରେ ଟଙ୍କା ଦେଇ ନଥିବାରୁ ମାନସୁଖ ଏହି କାରକୁ ମୂଳ ମାଲିକଙ୍କୁ ଫେରାଇନଥିଲେ ।

Comments are closed.