ମେଡିକାଲ ଅକ୍ସିଜେନର ଯୁକ୍ତିଯୁକ୍ତ ବ୍ୟବହାର ପାଇଁ ରାଜ୍ୟମାନଙ୍କୁ କେନ୍ଦ୍ରର ପରାମର୍ଶ

ନୂଆଦିଲ୍ଲୀ – ମେଡିକାଲ ଅକ୍ସିଜେନର ଯୁକ୍ତିଯୁକ୍ତ ବ୍ୟବହାର ଏବଂ ଏହା ଯେଭଳି ଅପଚୟ ନ ହେବ ତାହା ନିଶ୍ଚିତ କରିବାକୁ କେନ୍ଦ୍ର ସବୁ ରାଜ୍ୟମାନଙ୍କୁ ପରାମର୍ଶ ଦେଇଛି । କେନ୍ଦ୍ର ଆହୁରି ମଧ୍ୟ କହିଛି ଯେ ଦେଶରେ ପର୍ଯ୍ୟାପ୍ତ ପରିମାଣରେ ଅକ୍ସିଜେନ ଉପଲବ୍ଧ ଅଛି ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ, କୋଭିଡ-୧୯ ରୋଗୀଙ୍କ ଚିକିତ୍ସାରେ ମେଡିକାଲ ଅକ୍ସିଜେନ ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ। ମାର୍ଚ୍ଚ ୨୦୨୦ରେ କୋଭିଡ-୧୯ ମହାମାରୀ ସମୟରେ ପ୍ରଭାବିତ ରାଜ୍ୟମାନଙ୍କୁ ମେଡିକାଲ ଅକ୍ସିଜେନ ସମେତ ଚିକିତ୍ସା ଉପକରଣ ଯୋଗାଇବା ପାଇଁ ଏକ ଆନ୍ତଃ ମନ୍ତ୍ରୀସ୍ତରୀୟ କ୍ଷମତା ସମ୍ପନ୍ନ ଗୋଷ୍ଠୀ ଗଠନ କରାଯାଇଥିଲା।

ଅକ୍ସିଜେନ ଉତ୍ପାଦନ ୟୁନିଟରେ ଉତ୍ପାଦନ ବୃଦ୍ଧି କରାଯାଇଛି ବୋଲି ମନ୍ତ୍ରଣାଳୟ କହିଛି। ପୂର୍ବର ଷ୍ଟକ୍ ବି ଅଛି । ବର୍ତ୍ତମାନ, ଅକ୍ସିଜେନ ପର୍ଯ୍ୟାପ୍ତ ପରିମାଣରେ ରହିଛି ।

ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ ଏହା ବ୍ୟତୀତ ନିୟନ୍ତ୍ରଣ କକ୍ଷ ସ୍ଥାପନ ଏବଂ ଆବଶ୍ୟକତା ଅନୁଯାୟୀ ଅମ୍ଳଜାନ ଯୋଗାଣକୁ ସୁନିଶ୍ଚିତ କରିବା ପାଇଁ ସିଲିଣ୍ଡର ଏବଂ ଟ୍ୟାଙ୍କରର ଆବଶ୍ୟକତା ସମୀକ୍ଷା କରିବାକୁ ମଧ୍ୟ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Comments are closed.