ମେ ୩ ଓ ୪ ତାରିଖରେ ଦିନ ୨ଟା ପରିବର୍ତ୍ତେ ରାତି ୯ଟା ଯାଏଁ ଖୋଲା ରହିବ ଦୋକାନ ବଜାର

ଭୁବନେଶ୍ୱର- ମେ ୫ ତାରିଖରୁ ସାରା ରାଜ୍ୟରେ ଲକଡାଉନ ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ମେ ୩ ଓ ୪ ତାରିଖରେ ଦିନ ୨ଟା ପରେ ଦୋକାନ ବଜାର ବନ୍ଦ ରହିବ ନାହିଁ । ସେହି ଦୁଇ ଦିନ ନାଇଟ୍ କର୍ଫ୍ୟୁ ଆରମ୍ଭ ହେବା ଯାଏଁ ଅର୍ଥାତ ରାତି ୯ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରଖିବାକୁ ବ୍ୟବସାୟୀ ସଂଘ ନିଷ୍ପତ୍ତି ନେଇଛି । ରାଜ୍ୟରେ ୧୪ ଦିନିଆ ଲକଡାଉନ ଘୋଷଣାକୁ ଦୃଷ୍ଟିରେ ରଖି ସଂଘ ନିଷ୍ପତ୍ତି ବଦଳାଇଛି ।

Comments are closed.