ଶବ ସତ୍କାରରେ ସହାୟକ ହେଲେ ହିଂଜିଳିକାଟୁର ସରକାରୀ ଅଧିକାରୀ

ବ୍ରହ୍ମପୁର – ହିଞ୍ଜିଳିକାଟୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ, ହିଞ୍ଜିଳିକାଟୁ ଅଗ୍ନିଶମ ଅଧିକାରୀ ଉଦାରପଣିଆର ପରିଚୟ ଦେଇଛନ୍ତି । ବଡଖଣ୍ଡି ଗ୍ରାମ ପଂଚାୟଚର ଜିଆରଏସ ଓ ଦୁଇ ସ୍ୱେଚ୍ଛାସେବୀଙ୍କ ସହ ସେମାନେ ସମମରଝୋଳର ଏକ ଶ୍ମଶାନରେ ଏକ ଶବ ସତ୍କାରରେ ସହାୟତା କରିଛନ୍ତି । ସମସ୍ତେ ସମରଝୋଳ ଶବଦାହ ଗୃୃହରେ ଏକ ମୃତଦେହର ସତ୍କାରରେ ସହାୟତା କରିଥିଲେ । ମହାମାରୀ ସମୟରେ ଏପରି ଏକ ମହତ କାମକୁ ଗଂଜାମ ଜିଲ୍ଲା ପ୍ରଶାସନ ପ୍ରଶଂସା କରିଛି । ଯେକୌଣସି ପରିସ୍ଥିତିରେ ଟିମ୍ ଗଞ୍ଜାମ ସହାୟତାର ହାତ ବଢାଇବାକୁ ପ୍ରସ୍ତୁତ ବୋଲି ଜିଲ୍ଲାପାଳ କହିଛନ୍ତି ।

Comments are closed.