ମୋଦିଙ୍କ ଦାଢ଼ି ସହ ଦେଶର ଜିଡିପିକୁ ତୁଳନା କଲେ ଥରୁର

ନୂଆଦିଲ୍ଲୀ – କଂଗ୍ରେସ ସାଂସଦ ଶଶି ଥରୁର ୨୦୧୭ ରୁ ୨୦୧୯-୨୦ପର୍ଯ୍ୟନ୍ତ ଦେଶର ଅଭିବୃଦ୍ଧି ହାର (ଜିଡିପି)କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦାଢ଼ି ସହ ତୁଳନା କରିଛନ୍ତି । ଥରୁର ଏକ ମଜାଳିଆ ଟ୍ୱିଟ୍ କରି ମୋଦି ସରକାରକୁ ଟାର୍ଗେଟ୍ କରିଛନ୍ତି । ଏହି ଟ୍ୱିଟ୍‌ରେ ପ୍ରଧାନମନ୍ତ୍ରୀଙ୍କ ପାଞ୍ଚଟି ଫଟୋ ରହିଛି ଏବଂ ତାଙ୍କ ଦାଢ଼ି ସାଇଜ୍ ଭିନ୍ନ ଭିନ୍ନ ରହିଛି ।

ଏକ ଗ୍ରାଫିକ୍ ସହିତ ଥରୁର ଏହି ଟ୍ୱିଟ୍ କରି ୨୦୧୭-୧୮ ର ଚତୁର୍ଥ ତ୍ରୈମାସିକରେ ଭାରତର ଜିଡିପି ୮.୧% ଥିଲା ବୋଲି ଦର୍ଶାଇଛନ୍ତି । ଏହା ୨୦୧୯-୨୦ର ଦ୍ୱିତୀୟ ତ୍ରୈମାସିକରେ ହ୍ରାସ ପାଇ ୪.୫ ପ୍ରତିଶତ ହୋଇଥିଲା । ଏହି ଟ୍ୱିଟ୍ ସହ ଥରୁର ଲେଖିଛନ୍ତି – ଏହାକୁ କୁହାଯାଏ ଗ୍ରାଫିକ୍ ଇଲଷ୍ଟ୍ରେସନର ନମୁନା ।

କରୋନା ପାଇଁ ଧିମା ପଡିଯାଇଥିବା ଦେଶର ଆର୍ଥିକ ଅଭିବୃଦ୍ଧି ହାର ଚଳିତ ଆର୍ଥିକ ବର୍ଷର ଶେଷ ଆଡକୁ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ଅଭିବୃଦ୍ଧି ହାର ୧.୩ ପ୍ରତିଶତ ଯାଏଁ ପହଞ୍ଚିବା ଆଶା କରାଯାଉଛି ।

Comments are closed.