ରବର୍ଟ ବାଦ୍ରା କରୋନା ପଜିଟିଭ୍‌, ନିର୍ବାଚନ ପ୍ରଚାର ବାତିଲ କଲେ ପ୍ରିୟଙ୍କା

ନୂଆଦିଲ୍ଲୀ – କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କ ସ୍ୱାମୀ ରର୍ବଟ ବାଦ୍ରା କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସତର୍କତା ମୂଳକ ପଦକ୍ଷେପ ଭାବେ ପ୍ରିୟଙ୍କା ମଧ୍ୟ ନିଜେ ଆଇସୋଲେସନରେ ରଖିଛନ୍ତି ଏବଂ ଆସନ୍ତା ତିନିଦିନ ଯାଏଁ ଆସାମ, କେରଳ ଓ ତାମିଲନାଡୁରେ ହେବାକୁ ଥିବା ତାଙ୍କର ନିର୍ବାଚନ ପ୍ରଚାରକୁ ସେ ବାତିଲ କରିଛନ୍ତି ।

ରବର୍ଟ ବାଦ୍ରା ଆଜି ସକାଳେ ଏକ ଫେସବୁକ୍ ପୋଷ୍ଟରେ ସେ କରୋନା ସଂକ୍ରମିତ ହୋଇଥିବା ସମ୍ପର୍କରେ ସୂଚନା ଦେଇଥିଲେ । ତାଙ୍କ ଠାରେ କୌଣସି ଲକ୍ଷଣ ନାହିଁ । କୋଭିଡ୍ ଗାଇଡ୍‌ଲାଇନ ଅନୁସାରେ ସେ ଓ ତାଙ୍କ ପତ୍ନୀ ପ୍ରିୟଙ୍କା ଆଇସୋଲେସନରେ ଅଛନ୍ତି । କିନ୍ତୁ ପ୍ରିୟଙ୍କାଙ୍କ କୋଭିଡ୍ ରିପୋର୍ଟ ନେଗେଟିଭ୍ ଆସିଛି ବୋଲି ରବର୍ଟ କହିଛନ୍ତି । ସେମାନଙ୍କର ପିଲାମାନେ ବର୍ତ୍ତମାନ ତାଙ୍କ ସହ ନାହାନ୍ତି । ପରିବାରର ଅନ୍ୟ ସବୁ ସଦସ୍ୟଙ୍କ କୋଭିଡ୍ ରିପୋର୍ଟ ବି ନେଗେଟିଭ୍ ଆସିିଛି ବୋଲି ରବର୍ଟ ଫେସବୁକ୍ ପୋଷ୍ଟରେ କହିଛନ୍ତି ।

Comments are closed.