ରାଉରକେଲାରେ ଦୁର୍ବୃତ୍ତଙ୍କ ଆକ୍ରମଣରେ ହୋଟେଲ ବ୍ୟବସାୟୀ ମୃତ

ରାଉରକେଲା – ରାଉରକେଲାରେ ଦୁର୍ବୃତ୍ତଙ୍କ ଆକ୍ରମଣରେ ଜଣେ ହୋଟେଲ ବ୍ୟବସାୟୀଙ୍କ ମୃତ୍ୟୁ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ଆଇଜିଏଚରେ ହୋଟେଲ ବ୍ୟବସାୟୀ ସଜନ ମିତ୍ତଲଙ୍କ ମୃତ୍ୟୁ ହୋଇଛି । ରାତିରେ ଘରକୁ ଫେରିବା ବେଳେ ଲୁହା ରଡରେ ତାଙ୍କ ଉପରେ ଆକ୍ରମଣ କରିଥିଲେ କିଛି ଦୁର୍ବୃତ୍ତ । ଆକ୍ରମଣର କାରଣ ଅସ୍ପଷ୍ଟ ରହିଛି । ରାଉରକେଲା ପ୍ଲାଂଟସାଇଟ୍ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

Comments are closed.