ଗଙ୍ଗାଧର ଜଳସେଚନ ପ୍ରକଳ୍ପର ପାଇପ ଲାଇନିଂ ପାଇଁ ମଞ୍ଜୁର ୩୪୦ କୋଟି

ବରଗଡ଼: ବରଗଡ଼ ଜିଲ୍ଲାର ଅଣସେଚିତ ତିନୋଟି ବ୍ଲକ ସମେତ ସୋନପୁର ଜିଲ୍ଲାର ଡୁଙ୍ଗୁରିପାଲି ବ୍ଲକର ସର୍ବନିମ୍ନ ଗୋଟିଏ ଚାଷକୁ ସୁରକ୍ଷିତ ଓ ନିଶ୍ଚିନ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୭ ରେ ଘୋଷଣା କରିଥିବା ଗଙ୍ଗାଧର ମେହେର ମେଗା ଉଠା ଜଳସେଚନ ପ୍ରକଳ୍ପକୁ ଗତ ୨୦ ୨୦ ଅଗଷ୍ଟରେ ରାଜ୍ୟ କ୍ୟାବିନେଟ ପୂର୍ଣ୍ଣାଙ୍ଗ ଆପ୍ରୁଭାଲ ଦେଇଥିବା ବେଳେ ଆଜି ପ୍ରସ୍ତାବିତ ପାଇପ ଲାଇନିଂ ପାଇଁ ଅତିରିକ୍ତ ୩୪୦ କୋଟି ୩୬ ଲକ୍ଷ ଟଙ୍କା ଅନୁମୋଦନ କରିବା ପରେ ପ୍ରକଳ୍ପର ମୋଟ ଆକଳନ ୧୪୭୮ କୋଟି ୩୬ ଲକ୍ଷ ୬ ପଇସାକୁ ବୃଦ୍ଧିପାଇଛି , ଯାହାକୁନେଇ ଚାଷୀ ଓ ଅବାସୀଙ୍କ ମଧ୍ୟରେ ଆନନ୍ଦ ଖେଳିଯାଇଛି । ଏନେଇ ହୀରାକୁଦ ଡ୍ୟାମର ବିସ୍ତୃତ ପ୍ରକଳ୍ପ ରିପୋର୍ଟରେ ଗଙ୍ଗାଧର ମେହେର ଉଠା ଜଳସେଚନ ପାଇଁ ଆବ୍ୟକ ଜଳକୁ ବରଗଡ଼ ମୁଖ୍ୟ କେନାଲର ଆରଡ଼ି ୩୪.୧୦ ରୁ ଉ_ଳନ ପାଇଁ ପ୍ରାବଧାନ କରାଯାଇଥିଲା । ହେଲେ ଏହାକୁ କାର୍ଯ୍ୟକାରୀ କରିବାକୁ ହେଲେ ସେଠାରୁ ବରଗଡ଼ ପର୍ଯ୍ୟନ୍ତ ଲାଇନିଂ କରିବା ସହିତ କେନାଲର ଷ୍ଟ୍ରକଚରଗୁଡ଼ିକର ସମ୍ପ୍ରସାରଣ ଓ ମରାମତିର ଆବଶ୍ୟକତା ଥିବା ବେଳେ ଏଥିରେ ଅନ୍ୟୁନ ଦୁଇବର୍ଷଯାଏଁ କେନାଲ ପ୍ରଭାବିତ ହେବାର ଆଶଙ୍କା ରହିଥିଲା । ଜଳସେଚନ ବନ୍ଦ ହେଲେ ଚାଷୀ ପ୍ରଭାବିତହେବାର ଆଶଙ୍କା ରହିଥିବାରୁ ଏହାକୁ ଦୃଷ୍ଟିରେ ରଖ୍ ପାଇପ ଲାଇନ ପାଇଁ ଚିନ୍ତା କରାଯାଇଥିଲା , ଯାହାକି ଆଜି ମଞ୍ଜରୀ ପାଇଥିବା ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରୀଆ ସୂଚନା ଦେଇ ମୁଖ୍ୟମନ୍ତ୍ରୀଙ୍କୁ ସାଧୁବାଦ ଜ୍ଞାପନ କରିଥିଲେ । ବରଗଡ଼ ଜିଲ୍ଲା ସଭାକକ୍ଷରେ ଆୟୋଜିତ ପତ୍ରିକାର ସମାବେଶକୁ ସମୌତ କରି ବିଧାୟିକା ଛୁରୀଆ ୩୪.୧୦ ଆରଡ଼ିରୁ ବରଗଡ଼ ନିକଟସ୍ଥ ସୟିଂଯାଏଁ ପାଇପଲାଇନ ବିଛାଯିବାକୁ ଥିବା ସମୟରେ ଏହାକୁ ଲାରସେନ ଏଣ୍ଡ ଟୁବ୍ରା ଠିକାରେ ନେଇସାରିଥିବା ସ୍ପଷ୍ଟ କରିବା ପରେ ମନ୍ତ୍ରୀ ସୁଶାନ୍ତ ସିଂହ ପୂର୍ବ ମଞ୍ଜୁରୀ ୧୧୩୮ କୋଟିର ସର୍ଭେ କାମ ସମାପ୍ତ ହେବା ପରେ ପହାଉସ , ଇନଟେକ ୱେଲ ଭଳି ଗୁରୁତ୍ବପୂର୍ଣ୍ଣ କାମ ଆରମ୍ଭ ହୋଇସାରିଥିବା ସୂଚନା ଦେଇଥିଲେ । ବିଧାୟକ ଦେବେଶ ଆଚାର୍ଯ୍ୟ ଏହକୁ ଏକ ଯୁଗାନ୍ତକାରୀ ପଦକ୍ଷେପ ଭାବେ ଘୋଷଣା କରି ସୋହେଲା ବରିହାପାଲିରୁ କାମ ଆରମ୍ଭ ହୋଇସାରିଥିବା ସୂଚନା ଦେଇଥିଲେ । ଏବଂ ଜିରୋଆରଡ଼ିରୁ ଆସିବାକୁ ଥିବା ୩ ମିଟର ବ୍ୟାସାର୍ଜ ବିଶିଷ୍ଟ ପାଇପ ଲାଇନ ପ୍ରକଳ୍ପକୁ ସଫଳ କରିବ ବୋଲି ମତବ୍ୟକ୍ତ କରିଥିଲେ । ସେହିଭଳି ପ୍ରକଳ୍ପର ରାଇକିଂ ଭେ ରେ ଥିବା ବରଗଡ଼ ନିର୍ବାଚନ ମଣ୍ଡଳୀର ମଧ୍ୟ ୬୦୦୦ ହେକ୍ଟର ଜମି ସେଚିତ ହେବାର ଲକ୍ଷ୍ୟ ରଖାଯାଇଛି ବୋଲି ସୂଚନା ଦେଇ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ପରିଶେଷରେ ବିଜେପୁର ବିଧାୟିକା ରୀତା ସାହୁ ମୁଖ୍ୟମନ୍ତ୍ରୀ ତାଙ୍କର ନିର୍ବାଚନୀ ପ୍ରତିଶ୍ରୁତି ରକ୍ଷା କରିଥିବାରୁ ଆନନ୍ଦ ବ୍ୟକ୍ତ ସହ କୃତଜ୍ଞତା ଜ୍ଞାପନ କରିଥିଲେ । ଏ ଅବସରରେ ବରଗଡ଼ର ପୂର୍ବତନ ନଗରପାଳ ପ୍ରଶାନ୍ତ ବେହେରା , କିଶୋର ମିଶ୍ର , କିଶୋର ଦଫାଦାର , ପ୍ରଫୁଲ୍ଲ ନାଏକଙ୍କ ସମେତ ବହୁ ଦଳୀୟ ସଦସ୍ୟ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ଯେ , ୧ ୧୩୮.୬୩ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯିବାକୁ ଥିବା ଗଙ୍ଗାଧର ପ୍ରକଳ୍ପକୁ ମେଘା ଇଞ୍ଜିନୀୟ ଠିକାରେ ନେଇ କାମ ଆରମ୍ଭ କରିସାରିଛି । ପ୍ରକଠାରୁ ୩୪.୧ କିଲୋମିଟର ଦୂରତାରେଥିବା ହୀରାକୁଦ ଡ଼ାମର ଜିରୋ ଆରଡ଼ିରୁ ପାଣି ଉଠାଇବାକୁ ନିଷ୍ପି ନିଆଯାଇଛି । ସେଠୁ ପାଣି ଆଣି ସର୍ୟାରେ ଏକ ବିରାଟବଡ଼ ରିଜର୍ଭଏର ଖୋଳାଯାଇ ଗଚ୍ଛିତ କରାଯିବ ଏବଂ ସେଠୁ ଭୂତଳ ପାଇପ ଜରିଆରେ ପାଣି ଅଣାଯାଇ ସୋହେଲା , ବରପାଲି , ବିଜେପୁର ଓ ଡୁଙ୍ଗୁରିପାଲି ବ୍ଲକକୁ ପାଣି ଯୋଗାଇ ଦିଆଯିବ । ପ୍ରଣିଧାନଯୋଗ୍ୟ ଯେ , ହୀରାକୁଦ ଜଳଭଣ୍ଡାରରୁ ପାଇପ ଜରିଆରେ ପାଣି ଆଣି ଚିର ମରୁଡ଼ି ପ୍ରବଣ ସୋହେଲା , ବିଜେପୁର ଓ ବରପାଲି ବ୍ଲକକୁ ପ୍ଲାବିତ କରିବାକୁ ୨ ୨.୧୦ , ୨୦୧୭ରେ ମୁଖ୍ୟମନ୍ତ୍ରୀ ଘୋଷଣା କରିବା ପରେ ୦୨.୧୧.୨୦୧୭ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । । ୧୬.୦୮.୨୦୧୮ ସୁଦ୍ଧା ବିଭାଗୀୟ ଟିମ ଡ଼ିପିଆର ପ୍ରଦାନ କରିବା ପରେ ୨୫.୧୦.୨୦୧୮ ରେ ଟିଏସି ଏହାକୁ କ୍ଲିୟର କରିଥିଲେ ଏବଂ ୨୯.୦ ୧ . ୨୦୧୯ରେ ୧୩୪୦.୫୫ କୋଟି ଟଙ୍କାର ପ୍ରଶାସନିକ ଆପୁଭାଲ ମିଳିଥିଲା । ଗଙ୍ଗାଧର ମେହେର ପ୍ରକଳ୍ପ ନିର୍ବାହୀ ଯନ୍ତ୍ରୀଙ୍କ ପକ୍ଷରୁ ୦ ୧.୦୩ , ୨୦୧୯ ରେ ଟେଣ୍ଡର ଡ଼କାଯାଇଥିବା ବେଳେ ୧୬.୧ ୧.୨୦୧୯ ରେ ଫ୍ଲୋଟିଙ୍ଗ ଟେଣ୍ଡର ଖୋଲାଯାଇ ୨୮.୦୪.୨୦୨୦ରେ ଫାଇନାନ୍‌ସିଆଲ ବିଡ଼ ଖୋଲାଯାଇଥିଲା । ତେବେ ସଂଶୋଧୁତ ଯୋଜନା ନେଇ ସରକାରଙ୍କୁ ଅନୁମତି ମଗାଯିବା ପରେ ୨୯.୦୬.୨୦ ୨୦ରେ ରିଚ – ୧ ଓ ରିଚ ୨କୁ ମଞ୍ଜୁରୀ ମିଳିବା ପରେ ଗଙ୍ଗାଧର ପ୍ରକଳ୍ପ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା । ଯାହାକି ଗତ ଅଗଷ୍ଟ ୧୨ ତାରିଖରେ ଆପୁଭାଲ ପାଇଥିବା ବେଳେ ପଇପଲାଇନ ପାଇଁ ମଞ୍ଜୁରୀ ପ୍ରକଳ୍ପଟିକୁ ଚୂଡ଼ାନ୍ତ କରିଦେଇଛି ।

ବରଗଡ଼ ଜିଲ୍ଲାର ଅଣସେଚିତ ତିନି ବଡ଼ ବ୍ଲକ ସୋହେଲା , ବରପାଲି ଓ ବିଜେପୁର ସମେତ ସୋନପୁର ଜିଲ୍ଲାର ଡୁଙ୍ଗୁରିପାଲି ବ୍ଲକ ସେଚିତ ତାଲିକାଭୁକ୍ତ ହେବାକୁ ଯାଉଥିବା ସମୟରେ ଏଥିରୁ ୧ ୨ ୪ଟି ଗାଁ ଉପକୃତ ହେବାକୁ ଯାଉଛନ୍ତି । ସମସ୍ତ ବ୍ଲକମାନଙ୍କର ୩୨ ୦୦୦ ହେକ୍ଟରକୁ ପ୍ଲାବିତ କରିବା ପାଇଁ ଏହି ପ୍ରକଳ୍ପ ଯୋଜନା କରାଯାଇଥିବା ବେଳେ ଏଥିରୁ ୨୫୬୦୦ ହେକ୍ଟର ଜମିକୁ ନିଶ୍ଚିନ୍ତ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏଥିରେ ସୋହେଲା ବ୍ଲକର ୨୩ଟି ଗାଁର ୮ ହଜାର ହେକ୍ଟର ଜମିକୁ ପ୍ଳାବିତ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ବିଜେପୁର ବ୍ଲକର ୭୭ଟି ଗାଁର ୧୯୦୦୦ ହେକ୍ଟର , ବରପାଲି ବ୍ଲକର ୧୯୮ଟି ଗାଁର ୪୮୦୦ ହେକ୍ଟର ଓ ସୋନପୁର ଜିଲ୍ଲାର ଡୁଙ୍ଗୁରିପାଲି ବ୍ଲକର ୫ଟି ଗାଁର ୨୦୦ ହେକ୍ଟର ଜମିକୁ ଜଳସେଚନ କରାଯିବାକୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିବା ଜଣାପଡ଼ିଛି ।

Comments are closed.