ରାଉରକେଲାରେ ଦେଶର ବଡ ହକି ଷ୍ଟାଡିୟମ ନିର୍ମାଣ ନିଷ୍ପତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା

ଭୁବନେଶ୍ୱର-୨୦୨୩ରେ ହକି ବିଶ୍ୱକପ୍ ପାଇଁ ରାଉରକେଲାରେ ଭାରତର ସବୁଠାରୁ ବଡ ହକି ଷ୍ଟାଡିୟମ ନିର୍ମାଣ କରିବାକୁ ନିଷ୍ପତି ନେଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହକି ଖେଳାଳି ଓ ସୁନ୍ଦରଗଡ ଜିଲ୍ଲାବାସୀ କୃତଜ୍ଞତା ଜଣାଇଛନ୍ତି । ନବୀନ ନିବାସରେ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ହକି ଖେଳାଳି ଓ ନାଗରିକମାନେ ଭେଟି ଦେଶର ବଡ ହକି ଷ୍ଟାଡିୟନ ନିର୍ମାଣ ପାଇଁ ପଦକ୍ଷେପ ନେଇଥିବାରୁ କୃତଜ୍ଞତା ଜଣାଇଛନ୍ତି । ପ୍ରସ୍ତାବିତ ହକି ଷ୍ଟାଡିୟମ ବିପିୟୁଟି ପରିସରରେ ୧୫ ଏକର ଜମିରେ ନିର୍ମାଣ ହେବ । ଏଥିରେ ୨୦ ହଜାର ଦର୍ଶକ ବସି ଖେଳ ଦେଖିପାରିବେ । ୨୦୨୩ ହକି ବିଶ୍ୱକପ୍ କଳିଙ୍ଗ ଷ୍ଟାଡିୟମ ସହ ରାଉରକେଲାର ନୂଆ ଷ୍ଟାଡିୟମରେ ବି ଖେଳାଯିବ ।

Comments are closed.