ରାଉରକେଲାରେ ସୁନା ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା ପରେ ଉତେଜନା

ରାଉରକେଲା- ଇସ୍ପାତ ନଗରୀରେ ଜଣେ ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା କରାଯାଇଛି । ସରୋଜ ସାହୁ ନାମକ ଜଣେ ବ୍ୟବସାୟୀ ଦୁୁର୍ବୃର୍ତଙ୍କ ଗୁଳିମାଡରେ ପ୍ରାଣ ହରାଇବା ପରେ ସହରରେ ଉତେଜନା ଦେଖାଦେଇଛି । ସହରର ଏସଟିଆଇ ଓଭରବ୍ରିଜରେ କେହି ଦୁର୍ବୃର୍ତ ସରୋଜଙ୍କୁ ଗୁଳି ଚଳାଇଥିଲେ । ସେ ନିଜର ସୁୁନା ଦୋକାନ ବନ୍ଦ କରି ବାସଭବନକୁ ଯାଉଥିବା ବେଳେ ତାଙ୍କ ଉପରକୁ ଗୁଳିମାଡ ହୋଇଥିଲା । ଟଙ୍କା ଓ ସୁନା ଲୁଟ୍ ପାଇଂ ଗୁଳିମାଡ ହୋଇଥିବା ସନ୍ଦେହ କରାଯାଉଛି । ରଘୁନାଥପାଲି ଥାନା ପୋଲିସ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି ।

Comments are closed.