ନୂଆବର୍ଷରୁ ରାଜ୍ୟରେ ପ୍ରବଳ ଶୀତର ପୂର୍ବାନୁମାନ

ଭୁବନେଶ୍ୱର- ଜାନୁଆରୀ ପହିଲାରୁ ରାଜ୍ୟରେ ପ୍ରବଳ ଶୀତ ଅନୁଭବ ହେବ ବୋଲି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି । ସ୍ୱାଭାବିକ ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରୀ ପର୍ଯ୍ୟନ୍ତ ଖସିବା ସମ୍ଭାବନା ରହିଛି । ଆଜିଠାରୁ ରାଜ୍ୟକୁ ଉତର ଓ ଉତର-ପଶ୍ଚିମ ଦିଗରୁ ଥଣ୍ଡା ଓ ଶୁଷ୍କ ପବନ ବହିବା ଆରମ୍ଭ ହୋଇଛି । ଏଥିଯୋଗୁଁ ରାଜ୍ୟର ଉତର ଆଭ୍ୟନ୍ତରୀଣ ଜିଲ୍ଲାଗୁଡିକରେ ଶୀତର ପ୍ରକୋପ ବଢିଛି । ଆସନ୍ତା ୪୮ ଘଂଟା ମଧ୍ୟରେ ସାରା ରାଜ୍ୟରେ ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ହେବ । ନୂଆବର୍ଷ ସୁଦ୍ଧା ରାଜ୍ୟର ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇପାରେ ।

Comments are closed.