ରାକେଶ ଟିକାଏତଙ୍କ ଉପରେ ଆକ୍ରମଣ ଅଭିଯୋଗରେ ୧୪ ଗିରଫ, ଏବିଭିପିକୁ ଦାୟୀ କଲା କୃଷକ ସଂଘ

ଜୟପୁର – ରାଜସ୍ଥାନର ଅଲୱାର ଜିଲ୍ଲାରେ ଶୁକ୍ରବାର କୃଷକ ନେତା ରାକେଶ ଟିକାଏତଙ୍କ କାର୍ ଉପରେ ଆକ୍ରମଣ କରାଯାଇଥିଲା। ତାଙ୍କ କାର୍ କୁ କିଛି ଲୋକ ପଥର ଫିଙ୍ଗିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ କେହି ଆହତ ହୋଇନାହାଁନ୍ତି, କିନ୍ତୁ ଟିକାଏତଙ୍କ କାରର ପଛ କାଚ ଭାଙ୍ଗି ଯାଇଛି। ଏହି ଘଟଣାରେ ୧୪ ଜଣଙ୍କୁ ଗିରଫ କରାଯାଇଛି । ବାକି ଲୋକଙ୍କୁ ଖୋଜା ଚାଲିଛି ବୋଲି ପୋଲିସ କହିଛି ‌।

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ଏହି ଆକ୍ରମଣକୁ ନିନ୍ଦା କରିବା ସହ ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି। ପୋଲିସ କହିଛି ଯେ ଏହି ଘଟଣା ବାହରୋଦର ଟାଟାରପୁର ଛକଠାରେ ଘଟିଥିଲା। ଭାରତୀୟ କିସାନ ସଂଘ କହିଛି ଯେ ଆକ୍ରମଣକାରୀମାନେ ଅଖିଳ ଭାରତୀୟ ବିଦ୍ୟା ପରିଷଦ (ଏବିଭିପି) ସହି ଜଡିତ। ଏହି ଆକ୍ରମଣ ପଛରେ ବିଜେପି ଅଛି ବୋଲି ସଂଘ ଅଭିଯୋଗ କରିଛି।

ଗାଜିଆବାଦରେ ଭାରତ କିସାନ ୟୁନିଅନର ମୁଖପାତ୍ର ମଧ୍ୟ ଏହି ଆକ୍ରମଣ ପାଇଁ ଏବିଭିପିଙ୍କୁ ଦାୟୀ କରିଛନ୍ତି। ବି.କେ.ୟୁ ମିଡିଆ ଦାୟିତ୍ୱରେ ଥିବା ଧର୍ମେନ୍ଦ୍ର ମଲିକ ଗାଜିଆବାଦରେ କହିଛନ୍ତି ଯେ କିଛି ଏବିଭିପି କାର୍ଯ୍ୟକର୍ତ୍ତା ରାକେଶ ଟିକାଏତଙ୍କ ଉପରେ ଆକ୍ରମଣ କରିଥିଲେ ଏବଂ ତାଙ୍କ ଗାଡିର ପଛ କାଚ ଭାଙ୍ଗି ଦେଇଥିଲେ।

Comments are closed.