ରାଜ୍ୟରେ ଆଉ ୧୮୩ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର-ରାଜ୍ୟରେ ଆଉ ୧୮୩ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଂଟାରେ ସଂଗରୋଧରୁ ୧୮୩ ଓ ସ୍ଥାନୀୟ ଅଂଚଳରୁ ୭୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୩୨, ଅନୁଗୁଳରୁ ୨୪, ଖୋର୍ଦ୍ଧା ଜିଲ୍ଲାରୁ ୧୪, ଯାଜପୁରରୁ ୧୧, ନୂଆପଡାରୁ ୧୦, ସମ୍ବଲପୁରରୁ ୧୦, ବରଗଡରୁ ୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକରୁ ୬, ପୁରୀରୁ ୬ ଓ ଗଞ୍ଜାମ ଜିଲ୍ଲାରୁ ୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୦ ହଜାର ୪୯୨କୁ ବୃଦ୍ଧି ପାଇଥିବା ବେଳେ ୩ ଲକ୍ଷ ୨୬ ହଜାର ୨୦୯ ଜଣ ସୁସ୍ଥ ହୋଇସାରିଲେଣି । ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୨ ହଜାର ୩୪୫ ରହିିଛି ।

Comments are closed.