ରାଜ୍ୟରେ ଆଉ ୮ ହଜାର ୨୧୬ କୋରୋନା ରୋଗୀ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୭୧

ଭୁବନେଶ୍ୱର- ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୮ ହଜାର ୨୧୬ କୋରୋନା ରୋଗୀ । ସଂଗରୋଧରୁ ୪ ହଜାର ୬୮୪ ଓ ସ୍ଥାନୀୟ ଅଂଚଳରୁ ୩ ହଜାର ୫୩୨ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧ ହଜାର ୨୭୧ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୬୩୬ । କଟକରୁ ୪୪୭, ପୁରୀରୁ ୪୦୨, ଅନୁଗୁଳରୁ ୩୯୪, ସମ୍ବଲପୁରରୁ ୩୮୫, ବରଗଡରୁ ୩୭୫, ଯାଜପୁରରୁ ୩୪୭, ନବରଙ୍ଗପୁରରୁ ୩୧୯, ଝାରସୁଗୁଡାରୁ ୩୧୬, ବଲାଙ୍ଗିରରୁ ୩୦୫, ବାଲେଶ୍ୱରରୁ ୩୦୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ନୂଆପଡା ଜିଲ୍ଲାରୁ ୨୬୧, ନୟାଗଡରୁ ୨୫୦, ସୋନପୁରରୁ ୨୪୮, ରାୟଗଡାରୁ ୨୩୨, କଳାହାଣ୍ଡିରୁ ୨୩୮, ମୟୂରଭଞ୍ଜରୁ ୧୯୦, କୋରାପୁଟ ୧୩୩, କେନ୍ଦୁଝରରୁ ୧୨୯, ଗଜପତିରୁ ୧୨୧, ଜଗତସିଂହପୁରରୁ ୧୦୬, ବୌଦ୍ଧ ଓ ଦେବଗଡ ଜିଲ୍ଲାରୁ ୯୮ ଲେଖାଏଁ, କେନ୍ଦ୍ରାପଡାରୁ ୮୭, କନ୍ଧମାଳରୁ ୭୭, ଗଞ୍ଜାମରୁ ୬୯, ଭଦ୍ରକରୁ ୬୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୭୯ ହଜାର ୭୫୨କୁ ବୃଦ୍ଧି ପାଇଥିବା ବେଳେ ସୁସ୍ଥ ହୋଇଛନ୍ତି ୪ ଲକ୍ଷ ୪୦ ହଜାର ୬୩ ଜଣ । ୭୩ ହଜାର ୫୪୮ ରୋଗୀ ଚିକିତ୍ସାଧୀନ ଅଛନ୍ତି ।

Comments are closed.