ଭାରତରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ପାର୍

‌ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣର ପ୍ରକୋପ ଜାରି ରହିଛି । କ୍ରମାଗତ ସପ୍ତମ ଦିନ ଦେଶରେ ସାଢ଼େ ତିନି ଲକ୍ଷରୁ ଊର୍ଦ୍ଧ୍ୱ ମାମଲା ଆସିଛି । ଗତ ୨୪ ଘଣ୍ଟାରେ ଦେଶରେ ଆଉ ୩,୫୭,୨୨୯ ନୂଆ ମାମଲା ସାମ୍ନାକୁ ଆସିଛି । ଏଥିସହ ଭାରତ ସଂକ୍ରମଣରେ ଆଉ ଏକ ଅଲୋଡ଼ା ରେକର୍ଡ ସୃଷ୍ଟି କରିଛି । ଆମେରିକା ପରେ ବିଶ୍ୱର ଦ୍ୱିତୀୟ ଦେଶ ଭାବେ ଭାରତରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨ କୋଟି ଟପିଛି । ଆମେରିକାରେ କରୋନାର ମୋଟ ମାମଲା ୩.୩ କୋଟି ଥିବା ବେଳେ ୧.୫ କୋଟି ମାମଲା ସହ ବ୍ରାଜିଲ ତୃତୀୟ ସ୍ଥାନରେ ଅଛି ।

ଦିନକରେ ଏହ ରୋଗରେ ପୁଣି ୩୪୪୯ ଲୋକଙ୍କ ମୃତ୍ୟୁ ହୋଇଛି । ଆଉ ୩,୨୦,୨୮୯ ଜଣ ଲୋକ ସୁସ୍ଥ ମଧ୍ୟ ହୋଇଛନ୍ତି ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ମୁତାବକ ଭାରତରେ ଏଯାବତ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨ କୋଟି ୨ ଲକ୍ଷ ୮୨ ହଜଚାର ୨୯୨ରେ ପହଞ୍ଚିଛି । ଏହି ରୋଗରେ ଦେଶରେ ଏପର୍ଯ୍ୟନ୍ତ୨ ଲକ୍ଷ ୨୨ ହଜାର ୪୦୮ ଜଣଙ୍କ ମୃତ୍ୟୁ ହୋଇଛି । ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୧ କୋଟି ୬୬ ଲକ୍ଷ ୧୩ ହଜର ୨୯୨ରେ ପହଞ୍ଚିଥିବା ବେଳେ ସକ୍ରିୟ ମାମଲାରେ ବୃଦ୍ଧି ଘଟୁଛି । ଭାରତରେ ଏବେ ମୋଟ ୩୪ ଲକ୍ଷ ୪୭ ହଜାର ୧୩୩ ସକ୍ରିୟ ରୋଗୀ ଅଛନ୍ତି ।

Comments are closed.