ରାଜ୍ୟରେ ଗତ ୨୪ ଘଂଟାରେ ୧୩୦ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୩୦ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧ କେନ୍ଦ୍ରରୁ ୭୬ ଓ ସ୍ଥାନୀୟ ଅଂଚଳରୁ ୫୪ ଜଣ ଚିହ୍ନଟ ହୋଇଛନ୍ତି । ଅନୁଗୁଳ ଜିଲ୍ଲାରୁ ୧୨, ବାଲେଶ୍ୱରରୁ ୧୦, ବରଗଡରୁ ୧୩, ସମ୍ବଲପୁରରୁ ୧୦, ସୁନ୍ଦରଗଡରୁ ୧୪, ପୁରୀରୁ ୧୫, ଖୋର୍ଦ୍ଧାରୁ ୬, କଟକରୁ ୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଏବେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୪ ହଜାର ୧୫୦କୁ ବୃଦ୍ଧି ହୋଇଛି । ୩ ଲକ୍ଷ ୩୦ ହଜାର ୭୫୭ ସୁସ୍ଥ ହୋଇସାରିଲେଣି । ସକ୍ରିୟ ରୋଗୀଙ୍କ ସଂଖ୍ୟା ୧ ହଜାର ୪୩୬ ରହିଛି ।

Comments are closed.