ରାଜ୍ୟରେ ଟିକାକରଣର ପ୍ରଥମ ଦିନ ସଫଳ : ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଧନ୍ୟବାଦ ଦେଲେ ପିସିସି ସଭାପତି

ଭୁବନେଶ୍ୱର- ରାଜ୍ୟରେ କୋଭିଡ ଟିକାକରଣର ପ୍ରଥମ ଦିନ ସୁରୁଖୁରୁରେ ଯାଇଥିବାରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଧନ୍ୟବାଦ ଜଣାଇଛନ୍ତି । ନିରଞ୍ଜନ , ମୁଖ୍ୟମନ୍ତ୍ରୀଙ୍କ ଉତ୍ତମ ସ୍ୱାସ୍ଥ୍ୟ କାମନା କରିଛନ୍ତି । ରାଜ୍ୟର ସବୁ ବିପିଏଲ ବର୍ଗର ଲୋକ, ବରିଷ୍ଠ ନାଗରିକଙ୍କୁ ମାଗଣାରେ କୋଭିଡ ଟିକା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି ନିରଞ୍ଜନ । ଶନିବାର ଦିନ ରାଜ୍ୟରେ କୋଭିଡ ଟିକାକରଣର ପ୍ରଥମ ଦିନରେ ୧୩ ହଜାର ୯୮୦ ଜଣଙ୍କୁ ଟିକା ଦିଆଯାଇଛି । ପ୍ରଥମ ଦିନରେ ୮୫ ପ୍ରତିଶତ ଟିକାକରଣ ହୋଇଛି ।

Comments are closed.