ରାଜ୍ୟରେ ପୁଣି ଥରେ ଦୈନିକ କୋରୋନା ସଂକ୍ରମଣ ସଂଖ୍ୟା ୨୫୦ତଳେ, ୨୪ ଘଂଟାରେ ୨୪୫ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ପୁଣି ଥରେ ଦୈନିକ କୋରୋନା ସଂକ୍ରମଣ ୨୫୦ ତଳେ ରହିଛି । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୨୪୫ ନୂଆ କୋରୋନା ସଂକ୍ରମଣ ମାମଲା ଆସିଛି । ସଂଗରୋଧରୁ ୧୩୯ ଓ ସ୍ଥାନୀୟ ଅଂଚଳରୁ ୧୦୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୯ ହଜାର ୮୬୬କୁ ବୃଦ୍ଧି ପାଇଛି ।

ଗତ ୨୪ ଘଂଟା ମଧ୍ୟରେ ସମ୍ବଲପୁରରୁ ୩୫, ସୁନ୍ଦରଗଡରୁ ୩୪, ଅନୁଗୁଳରୁ ୩୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ୧୯, ମୟୂରଭଞ୍ଜରୁ ୧୭, କଟକ ଓ ଯାଜପୁରରୁ ୧୫ ଲେଖାଏଁ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଏ ଯାଏଁ ୩ ଲକ୍ଷ ୨୫ ହଜାର ୪୩୨ ଜଣ ସୁସ୍ଥ ହୋଇସାରିଲେଣି । ସକ୍ରିୟ ମାମଲା ସଂଖ୍ୟା ରହିଛି ୨ ହଜାର ୫୦୫ ।

Comments are closed.