ରାଜ୍ୟରେ ସୁ୍‌ସ୍ଥ ହେଲେ ଆଉ ୪ ହଜାର ୩୮୦ କୋରୋନା ଆକ୍ରାନ୍ତ, ସୁସ୍ଥଲୋକଙ୍କ ସଂଖ୍ୟା ୧ ଲକ୍ଷ ୯୦ ହଜାର ପାର

ଭୁବନେଶ୍ୱର – ରାଜ୍ୟରେ ଆଜି ୪ ହଜାର ୩୮୦ କୋରୋନା ରୋଗୀ ସୁସ୍ଥ ହୋଇଛନ୍ତି । ଏଥିସହ ରାଜ୍ୟରେ କୋରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୧ ଲକ୍ଷ ୯୦ ହଜାର ପାର କରିଛି । ଏଯାବତ୍ ମୋଟ ୧ ଲକ୍ଷ ୯୦ ହଜାର ୮୦ ଜଣ ଲୋକ କୋରୋନାରୁ ସୁସ୍ଥ ହୋଇସାରିଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ ଖୋର୍ଧାରୁ ୭୭୦, କଟକରୁ ୫୫୮, ଜଗତସିଂହପୁରରୁ ୨୩୩, ଯାଜପୁରରୁ ୧୯୮, ପୁରୀରୁ ୧୯୨, ଝାରସୁଗୁଡାରୁ ୧୬୮, ମୟୂରଭଂଜରୁ ୧୫୫ ଲୋକ କୋରୋନାରୁ ସୁସ୍ଥ ହୋଇଛନ୍ତି । ଅନ୍ୟ ଜିଲ୍ଲାମାନଙ୍କ ମଧ୍ୟରୁ ବରଗଡରୁ ୧୩୫, କେନ୍ଦ୍ରାପଡାରୁ ୧୨୪, ବାଲେଶ୍ୱରରୁ ୧୨୨, ଅନୁଗୁଳରୁ ୧୧୯, ସମ୍ବଲପୁରରୁ ୧୧୩, ନୟାଗଡରୁ ୧୦୩, କଳାହାଣ୍ଡିରୁ ୧୦୨, ଢେଙ୍କାନାଳରୁ ୯୦ ଓ ନବରଂଗପୁରରୁ ୮୨ ଜଣ ସୁସ୍ଥ ହୋଇଛନ୍ତି । ଗଂଜାମ ଜିଲ୍ଲାରୁ ୪୨ ଜଣ ସୁସ୍ଥ ହୋଇଛନ୍ତି ।

Comments are closed.