ରାଜ୍ୟରେ ୧୦ ହଜାର ୬୩୫ ନୂଆ କୋରୋନା ଆକ୍ରାନ୍ତ, ୧୯ ମୃତ

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୧୦ ହଜାର ୬୩୫ କୋରୋନା ରୋଗୀ । ସଙ୍ଗରୋଧରୁ ୬ ହଜାର ୧୨ ଓ ସ୍ଥାନୀୟ ଅଂଚଳରୁ ୪ ହଜାର ୬୨୩ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧ ହଜାର ୫୬୪ ଓ ସୁନ୍ଦରଗଡ ଜିଲ୍ଲାରୁ ୯୪୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକ ଜିଲ୍ଲାରୁ ୮୮୭, ସମ୍ବଲପୁରରୁ ୬୪୧, ଅନୁଗୁଳରୁ ୫୫୯, କଳାହାଣ୍ଡିରୁ ୪୬୯, ଝାରସୁଗୁଡାରୁ ୪୫୬, ବରଗଡରୁ ୪୪୩, ପୁରୀରୁ ୪୩୪, ନବରଙ୍ଗପୁରରୁ ୩୩୬, ନୂଆପଡାରୁ ୩୨୪, ବଲାଙ୍ଗିରରୁ ୩୧୮ ଓ ବାଲେଶ୍ୱରରୁ ୩୦୧ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।
ଯାଜପୁରରୁ ୨୯୦, ଗଞ୍ଜାମରୁ ୨୬୬ ଓ ନୟାଗଡରୁ ୨୫୩, କେନ୍ଦପଝରରୁ ୧୯୩, ବୌଦ୍ଧ ୧୭୯, ମୟୂରଭଞ୍ଜରୁ ୧୭୯, ରାୟଗଡାରୁ ୧୫୮, ସୁବର୍ଣ୍ଣପୁରରୁ ୧୪୯, ଢେଙ୍କାନାଳରୁ ୧୪୬, ଜଗତସିଂହପୁରରୁ ୧୪୦, ଦେବଗଡରୁ ୧୩୭, କୋରାପୁଟରୁ ୧୨୭, କେନ୍ଦ୍ରାପଡାରୁ ୧୧୭, ଗଜପତିରୁ ୧୦୧, ଭଦ୍ରକରୁ ୧୦୦, ମାଲକାନଗିରିରୁ ୭୯ ଓ କନ୍ଧମାଳରୁ ୭୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଗତ ୨୪ ଘଂଟାରେ ରାଜ୍ୟରେ ଆଉ ୧୯ କୋରୋନା ରୋଗୀଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ କୋଭିଡ ମୃତ୍ୟୁ ସଂଖ୍ୟା ୨ ହଜାର ୧୮୦କୁ ବୃଦ୍ଧି ପାଇଛି । ଖୋର୍ଦ୍ଧା ଓ କଳାହାଣ୍ଡି ଜିଲ୍ଲାରୁ ସର୍ବାଧିକ ୩ ଜଣ ଲେଖାଏଁ ପ୍ରାଣ ହରାଇଥିବା ବେଳେ ଭଦ୍ରକ, ଅନୁଗୁଳ, ବଲାଙ୍ଗିର, ଢେଙ୍କାନାଳ, ଗଜପତି, ଗଞ୍ଜା. ଯାଜପୁର, ଝାରସୁଗୁଡା, ପୁରୀ, ରାୟଗଡା, ସମ୍ବଲପୁର, ସୋନପୁର ଓ ସୁନ୍ଦରଗଡରୁ ଜଣେ ଲେଖାଏଁ ରୋଗୀଙ୍କର ମୃତ୍ୟୁ ହୋଇଛି ।

Comments are closed.