ରାଜ୍ୟରେ ୧୧ ହଜାର ୮୦୭ ନୂଆ କୋରୋନା ଆକ୍ରାନ୍ତ, ୨୧ ମୃତ

ଭୁବନେଶ୍ୱର- ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୧୧ ହଜାର ୮୦୭ ନୂଆ କୋରୋନା ଆକ୍ରାନ୍ତ । ସଙ୍ଗରୋଧରୁ ୬ ହଜାର ୬୧୩ ଏବଂ ସ୍ଥାନୀୟ ଅଂଚଳରୁ ୫ ହଜାର ୧୯୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଲଗାତର ଦ୍ୱିତୀୟ ଦିନ ଧରି ସୁନ୍ଦରଗଡ ଜିଲ୍ଲା ଦୈନିକ ସଂକ୍ରମଣ ତାଲିକାର ଶୀର୍ଷରେ ରହିଛି । ସୁନ୍ଦରଗଡରୁ ୧ ହଜାର ୯୨୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ୧ ହଜାର ୫୧୦ ନୂଆ ଆକ୍ରାନ୍ତ ବାହାରିଛନ୍ତି । କଟକ ଜିଲ୍ଲାରୁ ୧ ହଜାର ୫୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୫୬୦, ସମ୍ବଲପୁରରୁ ୫୩୩, ପୁରୀରୁ ୪୫୪, ବଲାଙ୍ଗୀରରୁ ୪୩୭, ବରଗଡରୁ ୪୨୮, ଝାରସୁଗୁଡାରୁ ୪୨୧, ନବରଙ୍ଗପୁରରୁ ୪୧୯,କଳାହାଣ୍ଡିରୁ ୪୦୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଗଞ୍ଜାମ ଜିଲ୍ଲାରୁ ୩୪୧, ଯାଜପୁରରୁ ୩୦୨, ନୂଆପଡାରୁ ୨୮୬, ବାଲେଶ୍ୱରରୁ ୨୬୦, କେନ୍ଦୁଝରରୁ ୨୩୧, ସୋନପୁରରୁ ୨୧୦, ନୟାଗଡରୁ ୨୦୪, ବୌଦ୍ଧରୁ ୧୭୮, ଢେଙ୍କାନାଳରୁ ୧୭୭, ମୟୂରଭଞ୍ଜରୁ ୧୭୫, କେନ୍ଦ୍ରାପଡାରୁ ୧୪୫, ରାୟଗଡାରୁ ୧୩୮, ଜଗତସିଂହପୁରରୁ ୧୩୪, କୋରାପୁଟରୁ ୧୨୨, ଦେବଗଡରୁ ୧୧୫, ଗଜପତିରୁ ୧୦୫, କନ୍ଧମାଳରୁ ୯୨, ଭଦ୍ରକରୁ ୮୩, ମାଲକାନଗିରିରୁ ୭୦ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୨୧ ଜଣଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ ମୋଟ କୋରୋନା ମୃତ୍ୟୁ ସଂଖ୍ୟା ୨ ହଜାର ୧୬୧କୁ ବୃଦ୍ଧି ପାଇଛି ।

Comments are closed.