ରାଜ୍ୟରେ ୩ ହଜାର ୩୮୪ ନୂଆ କୋରୋନା ପଜିଟିଭ ଚିହ୍ନଟ, ଖୋର୍ଧା ଜିଲ୍ଲାରୁ ୫୮୭, କଟକରୁ ୪୯୨, ଆଉ ୭ ରୋଗୀଙ୍କ ମୃତ୍ୟୁ

ଭୁବନେଶ୍ୱର : ରାଜ୍ୟର ୩୦ଟି ଜିଲ୍ଲାରୁ ଆଜି ଆଉ ୩ ହଜାର ୩୮୪ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧ କେନ୍ଦ୍ରରୁ ୨ ହଜାର୧୨୮ ଓ ସ୍ଥାନୀୟ ଅଂଚଳରୁ ୧ ୨୫୬ ପଜିଟିଭ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ କୋରୋନା ପଜିଟିଭଙ୍କ ସଂଖ୍ୟା ୯୦ ହଜାର ୯୮୬କୁ ବୃଦ୍ଧି ପାଇଛି । ଏଥିମଧରୁ ସକ୍ରିୟ ମାମଲା ୨୭ ହଜାର ୬୭୨ ହୋଇଥିବା ବେଳେ ୬୨ ହଜାର ୮୧୩ ସୁସ୍ଥ ହୋଇଛନ୍ତି ।

ଗତ ୨୪ ଘଂଟା ମଧ୍ୟରେ ଖୋର୍ଧା ଜିଲ୍ଲାରୁ ସର୍ବାଧିକ ୫୮୭ ପଜିଟିଭ ଚିହ୍ନଟ ହୋଇଥିବା ବେଳେ କଟକରୁ ୪୯୨ , ସମମ୍ବବପୁରରୁ ୧୮୨ , ଗଂଜାମରୁ ୧୭୭ ଓ ଯାଜପୁରରୁ ୧୭୬ ଚିହ୍ନଟ ହୋଇଛନ୍ତି । ବରଗଡରୁ ୧୫୭, ରାୟଗଡାରୁ ୧୫୪, ପୁରୀରୁ ୧୨୧, ବାଲେଶ୍ୱରରୁ ୧୧୯ ଓ ସୁନ୍ଦରଗଡ ଜିଲ୍ଲାରୁ ୧୦୧ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଏଣେ ଚିକିତ୍ସାଧୀନ ଅବସ୍ଥାରେ ରାଜ୍ୟରେ ଗତ ୨୪ ଘଂଟାରେ ଆଉ ୭ ଜଣ କୋରୋନା ରୋଗୀଙ୍କ ମୃତ୍ୟୁ ହୋଇଛି । ସମ୍ବଲପୁରରୁ ସର୍ବାଧିକ ୩, ବରଗଡରୁ ୨, ଭଦ୍ରକ ଓ ଖୋର୍ଧାରୁ ଜଣେ ଲେଖାଏଁ କୋରୋନା ରୋଗୀଙ୍କ ମୃତ୍ୟୁ ହୋଇଛି ।

Comments are closed.