ରାଜ୍ୟରେ ୪ ହଜାର ଟପିଲା ଦୈନିକ କୋରୋନା ସଂକ୍ରମଣ, ଦିନକରେ ୪ ହଜାର ୪୪୫ ନୂଆ ଆକ୍ରାନ୍ତ, ସୁନ୍ଦରଗଡରୁ ସର୍ବାଧିକ ୭୨୨

ଭୁବନେଶ୍ୱର- ରାଜ୍ୟରେ ଦୈନିକ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୪ ହଜାର ଟପିଛି । ଗତ ୨୪ ଘଂଟାରେ ୪ ହଜାର ୪୪୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କୋରୋନାର ଦ୍ୱିତୀୟ ଲହରରେ ଗୋଟିଏ ଦିନରେ ରାଜ୍ୟରେ ସର୍ବାଧିକ ସଂକ୍ରମିତ ହୋଇଛନ୍ତି । ସଂଗରୋଧରୁ ୨ ହଜାର ୫୭୪ ଓ ସ୍ଥାନୀୟ ଅଂଚଳରୁ ୧ ହଜାର ୮୭୧ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୭୨୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୫୮୭ । ନୂଆପଡାରୁ ୪୩୭, କଳାହାଣ୍ଡିରୁ ୨୭୩, କଟକରୁ ୨୫୧, ସମ୍ବଲପୁରରୁ ୨୪୧, ଝାରସୁଗୁଡାରୁ ୨୩୧, ପୁରୀରୁ ୨୧୯, ବରଗଡରୁ ୧୭୮, ବଲାଙ୍ଗିରରୁ ୧୬୮, ନବରଙ୍ଗପୁରରୁ ୧୨୭, ବାଲେଶ୍ୱରରୁ ୧୨୩, ମୟୂରଭଞ୍ଜରୁ ୧୦୦, ଅନୁଗୁଳରୁ ୮୭, କେନ୍ଦୁଝରରୁ ୭୫, ଗଞ୍ଜାମରୁ ୬୨ ଓ ଯାଜପୁରରୁ ୫୮ ଜଣ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଏ ଯାଏଁ ମୋଟ ୩ ଲକ୍ଷ ୭୨ ହଜାର ୭୦୩ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିରୁ ୩ ଲକ୍ଷ ୪୬ ହଜାର ୧୩୪ ଜଣ ସୁସ୍ଥ ହୋଇସାରିଛନ୍ତି । ୨୪ ହଜାର ୫୬୮ ରୋଗୀ ଚିକିତ୍ସାଧୀନ ଅଛନ୍ତି ।

Comments are closed.