ରାଜ୍ୟରେ ୫୮୮ ନୂଆ କୋରୋନା ସଂକ୍ରମିତ ଚିହ୍ନଟ,ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୦୫

ଭୁବନେଶ୍ୱର- ରାଜ୍ୟରେ ଲଗାତର ଦ୍ୱିତୀୟ ଦିନ ଧରି ଦୈନିକ କୋରୋନା ସଂକ୍ରମଣ ୫ ଶହରୁ ଉପରେ ରହିଛି । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୫୮୮ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୩୪୨ ଓ ସ୍ଥାନୀୟ ଅଂଚଳରୁ ୨୪୬ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୦୫, ସୁନ୍ଦରଗଡରୁ ୮୪, କଳାହାଣ୍ଡିରୁ ୬୪, ଝାରସୁଗୁଡାରୁ ୩୧, କଟକରୁ ୩୦, ନୂଆପଡାରୁ ୨୯, ସମ୍ବଲପୁରରୁ ୨୮, ଗଞ୍ଜାମ ଜିଲ୍ଲାରୁ ୨୭, ପୁରୀରୁ ୨୪ ବରଗଡରୁ ୨୧, ଯାଜପୁରରୁ ୧୫, ବାଲେଶ୍ୱରରୁ ୧୩ ଜଣ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୪୩ ହଜାର ୮୫୬କୁ ବୃଦ୍ଧି ପାଇଥିବା ବେଳେ ଏଥିରୁ ୩ ଲକ୍ଷ ୩୮ ହଜାର ୧୫୦ ଜଣ ସୁସ୍ଥ ହୋଇସାରିଲେଣି । ବର୍ତ୍ତମାନ ରାଜରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୩ ହଜାର ୭୩୧ ରହିଛି ।

Comments are closed.