ରାଜ୍ୟସଭାରେ କୃଷି ବିଲ୍ ବିତର୍କ ବେଳେ ବିଶୃଙ୍ଖଳା ପଡିଲା ମହଙ୍ଗା, ଗୃହର ୮ ସଦସ୍ୟ ସପ୍ତାହେ ପାଇଁ ନିଲମ୍ବିତ

ନୂଆଦିଲ୍ଲୀ – ରବିବାର ରାଜ୍ୟସଭାରେ କୃଷି ବିଲ୍ ଉପରେ ଆଲୋଚନା ଚାଲିଥିବା ବେଳେ କିଛି ବିରୋଧୀ ଦଳ ସଦସ୍ୟ ବିଶୃଙ୍ଖଳିତ ଆଚରଣ କରିବାକୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ସେମାନଙ୍କୁ ଏକ ସପ୍ତାହ ଲାଗି ନିଲମ୍ବିତ କରାଯାଇଛି ।

ନିଲମ୍ବିତ ୮ ସଦସ୍ୟ ହେଲେ ଡେରେକ ଓ ବ୍ରାୟନ, ସଂଜୟ ସିଂହ, ରାଜୁ ସାତଭ, କେ.କେ ରାଗେଶ, ରିପୁନ ବୋରା, ଦୋଲା ସେନ୍ , ସୟିଦ ନାଜିର ହୁସେନ ଓ ଏଲମରାନ କରିମ । ରବିବାର ବିତର୍କ ବେଳେ ଏମାନେ ଗୃହର ମଧ୍ୟଭାଗକୁ ଯାଇ ହଙ୍ଗାମା କରିବା ସହ କାଗଜପତ୍ର ଚିରିଥିଲେ ଓ ଚେୟାରଙ୍କ ମାଇକ୍ ଛଡାଇ ଆଣିବାକୁ ଉଦ୍ୟମ କରିଥିଲେ ।

Comments are closed.