ରାଜ୍ୟ ବଜେଟ : କେଉଁ ଯୋଜନା ପାଇଁ କେତେ ବ୍ୟୟ ବରାଦ

ଭୁବନେଶ୍ୱର –ରାଜ୍ୟ ବଜେଟରେ ବିଭିନ୍ନ ଯୋଜନା ଓ ପ୍ରକଳ୍ପଗୁଡିକ ପାଇଁ ବ୍ୟୟ ବରାଦ କରାଯାଇଛି । ସ୍ୱଚ୍ଛ ଭାରତ ମିଶନ ପାଇଁ ୪୧୮ କୋଟି ଟଙ୍କା, ଜଳ ନିଷ୍କାସନ ପାଇଁ ୭୧୦ କୋଟି, ଗାଁକୁ ପିଇବା ପାଣି ପାଇଂ ୨ ହଜାର ୮୧୫ କୋଟି, ମଧୁବାବୁ ପେନସନ ଯୋଜନା ପାଇଁ ୧ ହଜାର ୫୦୯ କୋଟି, ମିଲେଟ ମିଶନ ପାଇଁ ୧୦୬ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି ।

ପୁରୀ ଅବଢା ଯୋଜନା ପାଇଁ ୫୩୩ କୋଟି, ମୁଖ୍ୟମନ୍ତ୍ରୀ ସଡକ ଯୋଜନା ପାଇଁ ୩ ଶହ କୋଟି ବ୍ୟୟବରାଦ କରାଯାଇଛି ।

ସହରାଂଚଳରେ ରୋଜଗାର ଯୋଜନା ପାଇଁ ୨୦୦ କୋଟି ଓ କଳାକାର ସହାୟତା ପାଇଁ ୫୧ କୋଟି ଟଙ୍କା ବଜେଟରେ ବ୍ୟୟବରାଦ କରାଯାଇଛି ।

Comments are closed.