ରାଜ୍ୟ ସରକାରଙ୍କ ସ୍ପଷ୍ଟୀକରଣ : ଆଇସିଏମଆର୍‌ର ଲିଖିତ ନିର୍ଦ୍ଦେଶ ବିନା ବନ୍ଦ ହେବ ନାହିଁ ପ୍ଲାଜମା ଥେରାପି ଓ ରିମେଡିସିଭର

ଭୁବନେଶ୍ୱର- କୋରୋନା ଚିକିତ୍ସାରେ ପ୍ଲାଜମା ଥେରାପି ଓ ରିମେଡିସିଭର ଫଳପ୍ରଦ ହେଉ ନଥିବା ସଂପର୍କିତ ଖବରରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ରାଜ୍ୟ ସରକାର । ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମାହାପାତ୍ର କହିଛନ୍ତି ଯେ, ଏ ବାବଦରେ ଆଇସିଏମଆରରୁ କୌଣସି ନିର୍ଦ୍ଦେଶ ଆସିନାହିଁ ।

ସେ ସ୍ପଷ୍ଟ କରିଛନ୍ତି ଯେ, ଆଇସିଏମଆର୍ ଲିଖିତ ଭାବେ ନ ଜଣାଇବା ଯାଏଁ ପ୍ଲାଜମା ଥେରାପି ଓ ରିମେଡିସିଭର ବ୍ୟବହାର ବନ୍ଦ ହେବ ନାହିଁ । କୋରୋନା ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ପ୍ଲାଜମା ଥେରାପି ଓ ରେମିଡିସିଭର ଔଷଧ କାମ ଦେଉନାହିଁ ବୋଲି ଆଇସିଏମଆର କହିଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି ।

Comments are closed.