ରାଷ୍ଟ୍ରୀୟ ସମ୍ମାନ ସହ ପଦ୍ମଶ୍ରୀ ପ୍ରକାଶ ରାଓଙ୍କ ଶେଷକୃତ୍ୟ ସଂପନ୍ନ

କଟକ- ପଂଚଭୂତରେ ବିଲୀନ ହେଲେ ପଦ୍ମଶ୍ରୀ ପ୍ରକାଶ ରାଓ । ରାଷ୍ଟ୍ରୀୟ ସମ୍ମାନ ସହ ଶେଷ ହୋଇଛି ପ୍ରକାଶଙ୍କ ଶେଷକୃତ୍ୟ । ସାନ ଝିଅ ପ୍ରିୟା ଅନ୍ତିମ ସଂସ୍କାର କ୍ରିୟା କାର୍ଯ୍ୟ କରିଥିବା ବେଳେ ଦୁଇଝିଅ ମିଶି ମୁଖାଗ୍ନି ଦେଇଥିଲେ । କଟକ କାଳିଆବୋଦା ମଶାଣିରେ ପ୍ରକାଶ ରାଓଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି ।

ଶେଷକୃତ୍ୟ ବେଳେ କଟକ ଜିଲ୍ଲାପାଳ, ବିଧାୟକ, ଡିସିପିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ । ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ପ୍ରକାଶ ରାଓଙ୍କ ମୃତ୍ୟୁ ହୋଇଯାଇଥିଲା । ୨୦୧୯ରେ ସମାଜ ସେବା ପାଇଁ ପଦ୍ମଶ୍ରୀ ସମ୍ମାନ ପାଇଥିବା ପ୍ରକାଶ ରାଓ କଟକ ବକ୍ସି ବଜାରରେ ଚା’ ଦୋକାନ କରିବା ସହ ବସ୍ତିପିଲାଙ୍କୁ ପାଠ ପଢାଉଥିଲେ । ନିଜ ଉଦ୍ୟମରେ ସେ ସ୍କୁଲଟିଏ କରି ନିଜ ରୋଜଗାର ଟଙ୍କା ଖର୍ଚ୍ଚ କରି ପିଲାଙ୍କ ଯତ୍ନ ଓ ପଢା ଖର୍ଚ୍ଚ ବହନ କରୁଥିଲେ ପ୍ରକାଶ ।

Comments are closed.