ବିକାଶର ନୂଆ ଫର୍ଦ ଯୋଡିଲା କଳାହାଣ୍ଡି

ମୁଖ୍ୟମନ୍ତ୍ରୀଙ୍କ ଫୋକସରେ ପଶ୍ଚିମ ଓଡିଶା

କଳାହାଣ୍ଡି: ଏକଦା ଅନୁନ୍ନତ ଆଉ ଅବିକଶିତ ଇଲାକାର ପରିଭାଷା ଥିଲା କଳାହାଣ୍ଡି । ଅଭାବ ଅନଟନ ଯେମିତି କଳାହାଣ୍ଡିର ସହଚର ଥିଲେ । କ୍ଷୁଧା ମୃତ୍ୟୁ , ଶିଶୁ ବିକ୍ରି ପାଇଁ ସାରା ବିଶ୍ବରେ ଆଲୋଡନ ସୃଷ୍ଟି କରିଥିଲା କଳାହାଣ୍ଡି । ହେଲେ ବର୍ତ୍ତମାନ ସେ ସମୟ ଆଉ ନାହିଁ । ସମୟ ସହ କଳାହାଣ୍ଡି ଜିଲ୍ଲାରେ ଲେଖାହୋଇଛି ବିକାଶର ନୂଆ ପରିଭାଷା । ଏବେ କଳାହାଣ୍ଡି ସାଜିଛି ବିକାଶର ନୂଆ ପରିଚାୟକ । ୨୦୨୦ , ଜାନୁଆରୀ ୧୪ ତାରିଖରେ ୫୪ଟି ପ୍ରକଳ୍ପର ଲୋକାର୍ପଣ ଏବଂ ୫୨ଟି ନୂଆ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡିରେ ବିକାଶର ଏକ ନୂଆ ପରିଭାଷାର ଆରମ୍ଭ କରିଛନ୍ତି । ଏସବୁ ପ୍ରକଳ୍ପ ପାଇଁ ୧୦୧୧.୧୫୨ କୋଟି ବ୍ୟୟରେ ନିର୍ମିତ ହୋଇଛି । ଏବେ କଳାହାଣ୍ଡି ଆଉ ଅନୁନ୍ନତ ନୁହେଁ ବରଂ ବିକାଶର ପରିଚାୟକ ସାଜିଛି ।

କଳାହାଣ୍ଡି ଜିଲ୍ଲା ମଙ୍ଗଳପୁରରେ ୯୮୬.୭୧ କୋଟି ଟଙ୍କା ଖର୍ଚ୍ଚରେ ପାର୍ବତୀ ଗିରି ମେଗା ଜଳସେଚନ ପ୍ରକଳ୍ପର ଶୁଭ ଉଦଘାଟନ କରିଛନ୍ତି । ଫଳରେ ସମୁଦାୟ ୨୫,୨୭୫ ହେକ୍ଟର ଜମିରେ ଜଳସେଚନ ସୁବିଧା ସହ ୩ ଲକ୍ଷରୁ ଅଧିକ ଚାଷୀ ଉପକୃତ ହୋଇପାରିବେ । କେବଳ ସେତିକି ନୁହେଁ ବରଂ ୪୩.୨୬ କିଲୋମିଟର କଂକ୍ରିଟ କେନାଲ ନିର୍ମାଣ ସହ ୧୧୪ ୨ କିଲୋମିଟର ଭୂତଳ ପାଇପଲାଇନ ମଧ୍ୟ ପ୍ରସ୍ତୁତ ହୋଇଛି । ଏହାଛଡା କଳାହାଣ୍ଡି ଜିଲ୍ଲାରେ ଜଳସେଚନକୁ ଅଧିକ କ୍ରିୟାଶୀଳ କରିବାକୁ ବିଷମକଟକରେ ୧.୯୨ କୋଟି ଖର୍ଚ୍ଚରେ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ସହ ବିଭିନ୍ନ ସ୍ଥାନରେ ୪.୮୩ କୋଟି ଟଙ୍କା ଖର୍ଚ୍ଚରେ ନିର୍ମିତ ୧୩ଟି ଚେକଡ୍ୟାମ ପ୍ରକଳ୍ପର ମଧ ଶୁଭ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁଣି ଜିଲ୍ଲାରେ ଗମନାଗମନ ଏବଂ ରାସ୍ତା ସଂଯୋଗୀକରଣ ଯୋଜନାରେ ୨୦୧ ଜାତୀୟ ରାଜପଥରେ ମରା ନାଳ ସେତୁ ପାଇଁ ୨.୬୨ କୋଟି , ସହରାଂଚଳ ଭିତ୍ତିଭୂମିର ବିକାଶ , ଗ୍ରାମଚଳ ଭିତ୍ତିଭୂମିର ବିକାଶ , କୃଷି ବଜାର ଭିତ୍ତିଭୂମିର ବିକାଶ ପାଇଁ ମଧ୍ୟ ଅନେକ ପ୍ରକଳ୍ପର ଶୁଭ ଉଦଘାଟନ କରିଛନ୍ତି । ସେହିଭଳି ୨୦.୦ ୨ କୋଟି ଟଙ୍କା ଖର୍ଚ୍ଚରେ ୧୦ଟି ପାନୀୟ ଜଳ ପ୍ରକଳ୍ପର ମଧ୍ୟ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ସମୁଦାୟ ୧୦୬୪ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚରେ ୫୪ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏତିକିରେ ସରିଯାଇନି କଳାହାଣ୍ଡିରେ ବିକାଶର ଧାରା । ବରଂ ୧୦୨୦ କୋଟିରୁ ଅଧିକ ଟଙ୍କାର ଖର୍ଚ୍ଚ ଅଟକଳରେ ୫୨ଟି ନୂଆ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । କଳସେଚନର ବିକାଶ ପାଇଁ ସାଲେଭଟା ବୃହତ୍ ଜଳସେଚନ ପ୍ରକଳ୍ପ ପାଇଁ ୬୦ କୋଟି , ଚମ୍ପାଦେଇପୁର ପ୍ରକଳ୍ପ ପାଇଁ ୪୧ କୋଟି , ଗୋପୀନାଥପୁର ପ୍ରକଳ୍ପ ପାଇଁ ୬୮ କୋଟି , ରାଙ୍ଗସିଲ ପ୍ରକଳ୍ପ ପାଇଁ ୪୨ କୋଟି ଏବଂ ସାନ୍ଦୁଲ କଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ ୨୨୮ କୋଟି ଟଙ୍କାର ବ୍ୟୟ ଅଟଳଳ ରହିଛି । କଳାହାଣ୍ଡି ଜିଲ୍ଲାରେ ବିଦ୍ୟୁତ ଭିତ୍ତିଭୂମିର ବିକାଶ ।

ପାଇଁ ୩.୭୨ କୋଟି ଟଙ୍କା , ସାସ୍ଥ୍ୟ ସେବା ପାଇଁ ଧର୍ମଗଡରେ ମହିଳା ଶିଶୁ ଚିକିତ୍ସାଳୟ ନିର୍ମାଣ ତଥା ନିଯୁକ୍ତି ପାଇଁ ଭିତ୍ତିଭୂମିର ବିକାଶ ପାଇଁ କେସିଂଗାରେ ୨୧ କୋଟିରେ ଫୁଡ ପାର୍କ ସହ କୁର୍ଲିପଡାରେ ୨୬ କୋଟି ଟଙ୍କାରେ ଏମଏସଏମଇ ପାର୍କ ଭଳି ୫୨ଟି ନୂଆ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏସବୁ ପ୍ରକଳ୍ପରେ ୧୦୨୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ ବୋଲି ଅଟକଳ ରହିଛି ।

ପାଇଁ ଗୋଲାମୁଣ୍ଡା ବୃନ୍ଦାବାହାଲଠାରେ ୫୨ କୋଟି ଟଙ୍କା ଖର୍ଚ୍ଚରେ ୧୩୨ / ୩୩ କେଭି ଗ୍ରୀଡ ସବଷ୍ଟେସନ ନିର୍ମାଣ ସହ ଥୁଆମୁଳ ରାମପୁର ବ୍ଲକ ଚନ୍ଦ୍ରଗିରି ଏବଂ ଗୋଲାମୁଣ୍ଡା ବ୍ଲକ ଦାଶପୁରରେ ଗ୍ରୀଡ ଫିଡର ଲାଇନ ନିର୍ମାଣର ଯୋଜନା ରହିଛି । ଏହାଛଡ଼ା ରାସ୍ତା ଏବଂ ସଡ଼କ ସଂଯୋଗୀକରଣ ପ୍ରକଳ୍ପ ପାଇଁ ବିଭିନ୍ନ ରାସ୍ତା ଏବଂ ସେତୁ ନିର୍ମାଣ , ଶିକ୍ଷାର ବିକାଶ , ସହରାଂଚଳ ଭିତ୍ତିଭୂମିର ବିକାଶ ପାଇଁ ଭବାନୀପାଟଣାରେ ୨୩ କୋଟି ଟଙ୍କାରେ ଟାଉନ ହଲ ନିର୍ମାଣ ସହ ୨ କୋଟି ଟଙ୍କାର ସ୍ମାର୍ଟ ପାର୍କ ନିର୍ମାଣ , ପାନୀୟ ଜଳ ପ୍ରକଳ୍ପ ପାଇଁ ଗୋଲାମୁଣ୍ଡା ବ୍ଲକରେ ୨୮ଟି ଫଚାୟତର ୧୨୧ଟି ଗ୍ରାମକୁ ବିଶୁଦ୍ଧ ପାନୀୟ ଜଳଯୋଗାଣ ପାଇଁ ୧୭୭ କୋଟିର ପ୍ରକଳ୍ପ , କୃଷିବକାର ଭିତ୍ତିଭୂମିର ବିକାଶ ପାଇଁ ବନ୍ଦିଗାଁରେ ଆଦର୍ଶ ମାର୍କେଟ ର୍ଡ , କ୍ରୀଡା ଭିଭୂମିର ବିକାଶ ପାଇଁ ଭବାନୀପାଟଣା ଇନଡୋର ହଲ ସମ୍ପ୍ରସାରଣ ପାଇଁ ୧ କୋଟି ସହ କେସିଙ୍ଗା , ଧର୍ମଗଡରେ ହଲ ନିର୍ମାଣ ପାଇଁ ୩.୫ କୋଟି ଲେଖାଏଁ ତଥା ଭବାନୀପାଟଣାରେ କ୍ରୀଡ଼ା ଛାତ୍ରାବାସ ନିର୍ମାଣ ।

କଳାହାଣ୍ଡିରେ ଆୟୋଜିତ ସତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ରହି ଏସବୁ ପ୍ରକଳ୍ପର ଲୋକାର୍ପଣ ସହ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । କଳାହାଣ୍ଡିରେ ବିକାଶର ଧାରା ଏବେ ଆଉ ଅପହଂଚ ନୁହେଁ ବରଂ ଏଠାରେ ଆରମ୍ଭ ହୋଇଛି ବିକାଶର ଏକ ନୂଆ ପରିଭାଷା ।

Comments are closed.