ରାସ୍ତାରେ ଲୁଟ୍ , ଛିନତାଇ ରୋକିବାକୁ କମିଶନରେଟ ପୋଲିସ ଗଠନ କଲା ‘ସ୍ପେଶାଲ-୨୬’

ଭୁବନେଶ୍ୱର- ରାଜଧାନୀରେ ଲୁଟ ଓ ଛିନତାଇ ଭଳି ଘଟଣା ବଢିଚାଲିଥିବାରୁ ଏହାର ମୁକାବିଲା ପାଇଁ କମିଶନରେଟ ପୋଲିସ ଗଠନ କରିଛି ଏକ ସ୍ୱତନ୍ତ୍ର ଟିମ୍ । ଏହାର ନାମ ରଖାଯାଇଛି ସ୍ପେଶାଲ-୨୬ ।

ରାସ୍ତାରେ ହେଉଥିବା ଅପରାଧଗୁଡିକର ତଦନ୍ତ କରିବ ଏହି ଟିମ୍ । ଭୁବନେଶ୍ୱର ଡିସିପ ଉମାଶଙ୍କର ଦାସ ଏହି ସୂଚନା ଦେଇଛନ୍ତି । ଛିନତାଇ ପାଇଁ ପ୍ରତ୍ୟେକ ଥାନାରେ ଜଣେ ସ୍ୱତନ୍ତ୍ର ଅଧିକାରୀ ରହିବେ । ତାଙ୍କ ଅଧିନରେ ୪ ଜମ କନଷ୍ଟେବଳ ମଧ୍ୟ ରହିବେ । ସଡକରେ ହେଉଥିବା ଲୁଟ୍‌, ଛିନତାଇ ଓ ଡକାୟତି ଆଦି ଉପରେ ନଜର ରଖିବ ‘ସ୍ପେଶାଲ -୨୬’ ଟିମ ।

Comments are closed.