ଲାଲକିଲ୍ଲା ହିଂସା ମାମଲାର ଅଭିଯୁକ୍ତ ଦୀପ ସିଧୁଙ୍କ ଉପରେ ଲକ୍ଷେ ଟଙ୍କା ପୁରସ୍କାର ଘୋଷଣା କଲା ପୋଲିସ

ନୂଆଦିଲ୍ଲୀ – ଗଣତନ୍ତ୍ର ଦିବସରେ ଜାତୀୟ ରାଜଧାନୀରେ କୃଷକଙ୍କ ଟ୍ରାକ୍ଟର ରାଲି ବେଳେ ଘଟିଥିବା ହିଂସା ଘଟଣାରେ ଦିଲ୍ଲୀ ପୋଲିସର କାର୍ଯ୍ୟାନୁଷ୍ଠାନ ଜାରି ରହିଛି । ଦିଲ୍ଲୀ ହିଂସାକାଣ୍ଡରେ ଜଡିତ ଲୋକଙ୍କୁ ଧରିବା ପାଇଁ ପୋଲିସ୍ ଏବେ ସେମାନଙ୍କ ଉପରେ ପୁରସ୍କାର ଘୋଷଣା କରିଛି । ଲାଲକିଲ୍ଲାରେ ଘଟିଥିବା ହିଂସାକାଣ୍ଡର ମୁଖ୍ୟ ଅଭିଯୁକ୍ତ ତଥା ପଞ୍ଜାବୀ ଅଭିନେତା ଦୀପ ସିଧୁଙ୍କ ଉପରେ ପୋଲିସ ୧ ଲକ୍ଷ ଟଙ୍କା ପୁରସ୍କାର ରଖିଛି । ଜାନୁୟାରୀ ୨୬ରୁ ଦୀପ ଫେରାର ଅଛନ୍ତି । ତାଙ୍କୁ ଧରିବା ପାଇଁ ପୋଲିସ୍ ତନାଘନା ଜାରି ରଖିଛି । ଦୀପ ସିଧୁଙ୍କ ବ୍ୟତୀତ ଗୁରଜୋତ ସିଂହ, ଗୁରଜନ୍ତ ସିଂହଙ୍କ ଉପରେ ଏକ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଘୋଷଣା କରାଯାଇଛି । ସେହିପରି ଦିଲ୍ଲୀ ହିଂସାର ଅନ୍ୟ ଅଭିଯୁକ୍ତ ଜଜବୀର ସିଂହ, ବୁଟା ସିଂ, ସୁଖଦେବ ସିଂହ ଓ ଇକବାଲ ସିଂହଙ୍କ ଉପରେ ୫୦ ହଜାର ଲେଖାଏଁ ପୁରସ୍କାର ଘୋଷଣା କରାଯାଇଛି ।

ଗଣତନ୍ତ୍ର ଦିବସରେ ଟ୍ରାକ୍ଟର ରାଲି ବେଳେ କିଛି ବିକ୍ଷୋଭକାରୀ ଲାଲ୍‌କିଲ୍ଲାରେ ପଶି ବ୍ୟାପକ ଭଙ୍ଗାରୁଜା କରିଥିଲେ । ସେମାନେ ସେଠାରେ ନିଜ ଧର୍ମଝଣ୍ଡା ଉଡ଼ାଇଥିଲେ । ଦୀପ ସିଧୁଙ୍କ ନେତୃତ୍ୱରେ ଓ ନିର୍ଦ୍ଦେଶରେ ବିକ୍ଷୋଭକାରୀମାନେ ଏଭଳି କାଣ୍ଡ ଭିଆଇଥିଲେ ବୋଲି ଅଭିଯୋଗ ହୋଇଥିଲା ।

Comments are closed.