ଆସନ୍ତା ୬ ତାରିଖରୁ ସମ୍ମୁଖଭାଗ କୋଭିଡ ଯୋଦ୍ଧାଙ୍କୁ ଅଫିସରେ ଦିଆଯିବ ଟିକା

ଭୁବନେଶ୍ୱର- ଏଣିକି ସରକାରୀ ଅଫିସରେ ଦିଆଯିବ କୋରୋନା ଟିକା । ଆଗଧାଡିର କୋଭିଡ ଯୋଦ୍ଧାମାନଙ୍କୁ ବିଭିନ୍ନ ଅଫିସରେ ଟିକା ରୁମ କରାଯାଇ କୋଭିଡ ଟିକା ଦିଆଯିବ । ପ୍ରଥମ ପର୍ଯ୍ୟାୟରେ ଗୃହ ଓ ନଗର ଉନ୍ନୟନ , ରାଜସ୍ୱ ବିଭାଗର ଅଧିକାରୀ ଓ କର୍ମଚାରୀଙ୍କ ଟିକାକରଣ ହେବ । ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ୯୨ ହଜାର ଡାଟାବେସ୍ ପ୍ରସ୍ତୁତ କରାଯାଇଛି । ଏହି ଟିକାକରଣ କାର୍ଯ୍ୟକ୍ରମ ଚଳିତ ମାସ ୬ ତାରିଖରୁ ଆରମ୍ଭ ହେବ । ତିନି ସପ୍ତାହ ମଧ୍ୟରେ ସମ୍ମୁଖଭାଗ କୋଭିଡ ଯୋଦ୍ଧାଙ୍କ ଟିକାକରଣ ସାରିବାକୁ ଲକ୍ଷ୍ୟ ରଖାଯାଇଛି ।

ଏଣେ ରାଜ୍ୟକୁ ଆଜି ୬୩ ହଜାର ୯୦ ଡୋଜ୍ କୋଭିସିଲ୍ଡ ଓ ୮୩ ହଜାର ୫ ଶହ କୋଭାକ୍ସିନ ଆସିଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨ ଲକ୍ଷ ୮ ହଜାର ୨୦୫ ଜଣଙ୍କୁ ଟିକା ଦିଆଯାଇଛି । ଏହିମାସ ୧୫ ତାରିଖରୁ ପ୍ରଥମ ପର୍ଯ୍ୟାୟର ଦ୍ୱିତୀୟ ଡୋଜ୍ ଟିକା ଦିଆଯିବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।

Comments are closed.