ଶାନ୍ତିରକ୍ଷା ବାହିନୀଙ୍କ ପାଇଁ ୨ଲକ୍ଷ କୋଭିଡ୍ ଟିକା ଯୋଗାଇଲା ଭାରତ, ଧନ୍ୟବାଦ ଜଣାଇଲା ଜାତିସଂଘ

ନ୍ୟୁୟର୍କ – ଜାତିସଂଘର ଶାନ୍ତିରକ୍ଷା ବାହିନୀଙ୍କ ପାଇଁ ଭାରତ ୨ ଲକ୍ଷ କୋଭିଡ୍ ଟିକା ପଠାଇଛି । ଏହି ମହତ୍ ପଦକ୍ଷେପ ପାଇଁ ଭାରତକୁ ଜାତିସଂଘ ଧନ୍ୟବାଦ ଜଣାଇବା ସହ ଟିକାକରଣ କ୍ଷେତ୍ରରେ ଭାରତର ଉଦ୍ୟମକୁ ପ୍ରଶଂସା କରିଛି ।

କୋଭିଡ୍ ବିରୋଧରେ ଭାରତର ପଦକ୍ଷେପକୁ ପ୍ରଶଂସା କରି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେର୍‌ସ କହିଛନ୍ତି ଯେ, କୋଭିଡ୍ ମୁକାବିଲା କ୍ଷେତ୍ରରେ ଭାରତ ଅନ୍ୟତମ ଅଗ୍ରଦୂତ ସାଜିଛି । ସମସ୍ତଙ୍କୁ ଟିକାର ସମାନ ଆବଣ୍ଟନ ନିଶ୍ଚିତ କରିବା କ୍ଷେତ୍ରରେ ଜାତିସଂଘର ପଦକ୍ଷେପକୁ ଭାରତ ନିଜ ଯୋଗଦାନ ସହ ସୁଦୃଢ କରିପାରିଛି ।

ଜାତିସଂଘ ଶାନ୍ତିରକ୍ଷା ବାହିନୀଙ୍କ ପାଇଁ ୨ ଲକ୍ଷ ଟିକା ଯୋଗାଇବା ନେଇ ଗୁଟେର୍‌ସ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌.ଜୟଶଙ୍କରଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ମୁତାବକ ଭାରତ ଏଯାବତ ବିଭିନ୍ନ ଦେଶକୁ ୨୨୯.୭ ଲକ୍ଷ କୋଭିଡ୍ ଟିକା ଯୋଗାଇଛି । କୋଭିଡ୍‌-୧୯ ବିରୋଧରେ ଭାରତ ଜାନୁୟାରୀ ୧୬ରୁ ଟିକାକରଣ ଅଭିଯାନ ଆରମ୍ଭ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖଭାଗ କୋଭିଡ୍ ଯୋଦ୍ଧାଙ୍କୁ ଟିକା ଦିଆଯାଉଛି । ଏଯାବତ୍ ଦେଶରେ କୋଟିଏରୁ ଊର୍ଦ୍ଧ୍ୱ ଲୋକଙ୍କୁ ଟିକା ଲଗାଯାଇଛି ।

Comments are closed.