ସ୍ଥିତିକୁ ଦେଖି ସ୍କୁଲ୍ ବନ୍ଦ ନିଷ୍ପତ୍ତି ନିଆଯିବ : ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର-ପଡୋଶୀ ରାଜ୍ୟରେ କୋରୋନା ସଂକ୍ରମଣ ବୃଦ୍ଧିରୁ ଉପୁଜିଥିବା ସ୍ଥିତି ନେଇ ଶିକ୍ଷା ବିଭାଗ ସତର୍କ ରହିଛି । ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ କହିଛନ୍ତି ଯେ, ବର୍ତ୍ତମାନ ଏସଓପି ଅନୁସାରେ ରାଜ୍ୟରେ ସ୍କୁଲ ଚାଲିଛି । ସ୍ଥିତିକୁ ଦେଖି ପରବର୍ତ୍ତୀ ପଦକ୍ଷେପ ସଂପର୍କରେ ବିଚାର କରାଯିବ । ସ୍କୁଲ୍ ବନ୍ଦ ସଂପର୍କରେ ବିଶେଷ ପରିସ୍ଥିତି ଆସିଲେ ଚିନ୍ତା କରାଯିବ । କୋଭିଡ ଗାଇଡଲାଇନ ମାନିବାକୁ ମୁଖ୍ୟମନ୍ତ୍ରୀ ଅପିଲ କରିଛନ୍ତି । ଯଦିଓ ଭୟାବହତା ନାହିଁ, ତଥାପି ଏହାକୁ ହାଲୁକା ଭାବେ ନେବା ଅନୁଚିତ ବୋଲି ମନ୍ତ୍ରୀ ଦାସ କହିଛନ୍ତି ।

Comments are closed.