ଶ୍ରୀମନ୍ଦିରରେ ଆଜିଠୁ ଦର୍ଶନ କଟକଣା କୋହଳ, ଭକ୍ତଙ୍କ ପାଇଁ ବାଧ୍ୟତାମୂଳକ ନୁହେଁ କୋଭିଡ ରିପୋର୍ଟ

ପୁରୀ- ଆଜିଠାରୁ ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ କୋଭିଡ କଟକଣା କୋହଳ ହୋଇଛି । ଶ୍ରୀଜିଉଙ୍କୁ ଦର୍ଶନ ପାଇଁ ଭକ୍ତଙ୍କୁ ଆଉ କୋଭିଡ ନେଗେଟିଭ ରିପୋର୍ଟ ଦରକାର ପଡିବ ନାହିଁ । ଆଜିଠାରୁ ଦୈନିକ ୩୦ ହଜାର ଭକ୍ତଙ୍କୁ ଶ୍ରୀମନ୍ଦିର ଛାଡିବା ପାଇଁ ନିଷ୍ପତ୍ତି ହୋଇଛି । ଆଜିଠାରୁ ପ୍ରଥମେ ସକାଳ ୬ଟାରୁ ୭ଟା ପୁରୀ ବାସିନ୍ଦା ଜଗା ଦର୍ଶନ କରିପାରିବେ । ୭ଟାରେ ପରେ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇପାରିବ । କୋଭିଡ କଟକଣା ମାନି ଭକ୍ତମାନେ ଦିଅଁ ଦର୍ଶନ କରିବେ । ବୟସ୍କ ଓ ଦିବ୍ୟାଙ୍ଗ ଭକ୍ତଙ୍କ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରିଛି ଶ୍ରୀମନ୍ଦିର ପ୍ରଶାସନ । ସୁରକ୍ଷା ବ୍ୟବସ୍ଥା ପାଇଁ ୨୬ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସ୍ୱାଭାବିକ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଏସଓପି ଜାରି କରିଛି ।

Comments are closed.