ଭିଜିଲାନ୍ସ ଜାଲରେ ଗ୍ରାମ ରୋଜଗାର ସେବକ

ଉମରକୋଟ- ଦୁର୍ନୀତିଗ୍ରସ୍ତ ସରକାରୀ ଅଧିକାରୀଙ୍କ ବିରୋଧରେ ସକ୍ରିୟ ଭିଜିିଲାନ୍ସର କାର୍ଯ୍ୟାନୁଷ୍ଠାନ ଜାରି ରହିଛି । ଆଉ ଜଣେ ଅଧିକାରୀ ଏବେ ଭିଜିଲାନ୍ସ ଜାଲରେ ଫସିଛନ୍ତି । ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ଜିଲ୍ଲା ଉମରକୋଟର ସିଂସାରୀ ପଂଚାୟତର ଗ୍ରାମ ରୋଜଗାର ସେବକ ଜିଆରଏସ ହିମାଂଶୁ ବାଗଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି । ଏ ନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।

Comments are closed.