ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ ପାଇଁ କୋହଳ ହୋଇପାରେ କଟକଣା

ପୁରୀ- ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ଦିଅଁ ଦର୍ଶନ କଟକଣା କୋହଳ ହୋଇପାରେ । ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ମଧ୍ୟରେ ଆଲୋଚନା ଚାଲିଛି । ଶ୍ରୀଜିଉଙ୍କ ଦର୍ଶନ ପାଇଁ କୋଭିଡ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରାଯାଇଥିବା ବେଳେ ଏହାକୁ ପ୍ରତ୍ୟାହବାର କରାଯିବ କି ନାହିଁ, ସେ ନେଇ ବିଚାରବିମର୍ଶ ଚାଲିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳ ଓ ଏସପିଙ୍କୁ ନେଇ ଖୁବ ଶୀଘ୍ର ବୈଠକ ବସିବ । ବୈଠକରେ ଦର୍ଶନ ବ୍ୟବସ୍ଥା ନେଇ ଜାରି ଏସଓପିର ସମୀକ୍ଷା କରାଯାଇପାରେ ।

Comments are closed.